ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାପାଇଁ ଦେଶୀୟ କମ୍ପାନୀ ଓ ନୂଆ ଉତ୍ପାଦନକାରୀ ଦେଶୀୟ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ୍‍ ଶୁଳ୍କ ହ୍ରାସ କରାଯିବ

0 984

ନୂଆଦିଲ୍ଲୀ .- ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାପାଇଁ ଦେଶୀୟ କମ୍ପାନୀ ଓ ନୂଆ ଉତ୍ପାଦନକାରୀ ଦେଶୀୟ କମ୍ପାନୀଗୁଡ଼ିକ ପାଇଁ କର୍ପୋରେଟ୍‍ ଶୁଳ୍କ ହ୍ରାସ କରାଯିବ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଏହି ସୂଚନା ଦେଇଛନ୍ତି । ଏକ ସାନି ଅଧ୍ୟାଦେଶରେ ଏହି ପଦକ୍ଷେପଗୁଡ଼ିକ ସାମିଲ କରିବାକୁ ଶ୍ରୀମତୀ ସୀତାରମଣ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି, ଯେଉଁ କମ୍ପାନୀଗୁଡ଼ିକ ପ୍ରୋତ୍ସାହନ ଓ ଛାଡ଼ ବ୍ୟବସ୍ଥା ଅଧୀନରେ ଅଛନ୍ତି କିମ୍ବା ଯେଉଁ କମ୍ପାନୀଗୁଡ଼ିକୁ ସର୍ବନିମ୍ନ ବିକଳ୍ପ ଶୁଳ୍କ ରିହାତି ଦିଆଯାଉଛି, ସେମାନଙ୍କୁ ଏବେ ଶତକଡ଼ା ସାଢ଼େ ୧୮ ଭାଗ ପରିବର୍ତ୍ତେ ଶତକଡ଼ା ୧୫ ଭାଗ କର୍ପୋରେଟ୍‍ ଶୁଳ୍କ ଦେବାକୁ ପଡ଼ିବ ।

ଏହି ଘୋଷଣା ପରେ ପରେ ବମ୍ବେ ଷ୍ଟକ ବଜାର ସୂଚକାଙ୍କରେ ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୬୮ ପଇସାରୁ ୬୬ ପଇସା ବୃଦ୍ଧି ପାଇ ୭୦ ଟଙ୍କା ୨ ପଇସାରେ କାରବାର ଆରମ୍ଭ କରିଥିବାର ସୂଚନା ମିଳିଛି ।

 

 

source -AIR
Leave A Reply