ସରକାରୀ କର୍ମଚାରୀଙ୍କର ଅବସର ବୟସ ବଦଳାଇବା ପାଇଁ ସରକାର କରୁଛନ୍ତି ପ୍ରସ୍ତୁତି , ଏହାର ହେବ ଦୁଇଟି ମାନଦଣ୍ଡ
ସରକାରୀ କର୍ମଚାରୀଙ୍କର ଅବସର ବୟସ ବଦଳାଇବା ପାଇଁ ସରକାର କରୁଛନ୍ତି ପ୍ରସ୍ତୁତି , ଏହାର ହେବ ଦୁଇଟି ମାନଦଣ୍
ନୂଆଦିଲ୍ଲୀ .- ସରକାର ସରକାରୀ କର୍ମଚାରୀମାନଙ୍କର ଅବସର ବୟସ କମ କରିବା ପାଇଁ ଯାଉଛନ୍ତି । ଏବେ ଏହା ଏକ ପ୍ରସ୍ତାବ ରୂପେ ଅଛି । ଏହି ଲାଗୁ ହେଲେ ଅବସର ବୟସ ଦୁଇ ପ୍ରକାର ଲାଗୁ ହେବ । ପ୍ରଥମେ କର୍ମଚାରୀ ୩୩ ବର୍ଷ ଚାକିରି କରିଥିଲେ ଅବସର ନେଇ ପାରିବେ । ଦ୍ୱିତୀୟ ବୟସ ୬୦ ବର୍ଷ ହୋଇଥିଲେ । ଏହାର ପ୍ରଭାବ ବେଶୀ ସୁରକ୍ଷା ବଳ ଉପରେ ପଡିବ । କାରଣ ଏଥିରେ ୨୨ ବର୍ଷ ବୟସରେ ଅଧିକାଂଶ ଯୋଗ ଦେଇଥାଆନ୍ତି । ଏପରି ହେଲେ ୫୫ ବର୍ଷରେ ସେମାନେ ଅବସର ନେବେ ।
ସପ୍ତମ ବେତନ ଆୟୋଗରେ ଏ ବିଷୟରେ ପରାମର୍ଶ ଦିଆଯାଇଥିଲା ।ଏପରି ହେଲେ ଅନେ କର୍ମତାରୀଙ୍କୁ ପଦୋନ୍ନତି ମିଳିବ । ଚାକିରରେ ଥିବା ଖାଲି ପଦବୀ ପୂରଣ ହୋଇ ପାରିବ । ଏହିଯୋଜନକୁ କାର୍ଯ୍ୟକାରୀ କଲାଗଲେ କେଉଁ କର୍ମଚାରୀମାନେ ଲାଭବାନ ହେବେ ସେମାନଙ୍କ ସୂଚୀ ପ୍ରସ୍ତୁତ କରାଯାଇଛି । ଯୋଜନାକୁ ଅନେକ ପର୍ଯ୍ୟାୟରେ ଲାଗୁ କରାଯିବ । ବିତ୍ତମନ୍ତ୍ରାଳର ମଂଜୁରି ମିଳିବା ପରେ ଏହାକୁ ଲାଗୁ କରାଯିବ । ଅଲଗା ଅଲଗା ଆର୍ଥକ ବର୍ଷରେ ପର୍ଯ୍ୟାୟ କ୍ରମେ ଏହାକୁ ଲାଗୁ କରାଯିବ ।
୩୨ ବର୍ଷର ଚାକିରି ପରେ କୌଣସି କର୍ମଚାରୀଙ୍କୁ ଦରମା କ୍ଷେତ୍ରରେ ସେପରି କିଛି ବଡ ପରିବର୍ତ୍ତନ ହୁଏ ନାହିଁ । କିନ୍ତୁ ତାଙ୍କର ଅଧିନସ୍ଥ କର୍ମଚାରୀଙ୍କୁ ପଦୋନ୍ନତିରେ ଅସୁବିଧା ହୁଏ । ଏଥିପାଇଁ କେନ୍ଦ୍ର ସରକରା ୩୩ ବର୍ଷର ଚାକିରି କିମ୍ବା ୬୦ ବର୍ଷର ବୟସରେ ଅବସର ପାଇଁ ଓ ଲାଟେରେଲା ଏଣ୍ଚ୍ରି ଲାଗୁ ପାଇଁ ଚିନ୍ତା କରୁଛନ୍ତି ।
ଏପରି ହେଲେ ପଦୋନ୍ନତିର ନୂଆ ଅବସର ସୃଷ୍ଟି ହେବ । ନୂଆ ଚାକିରି ଓ ପଦବୀ ମିଳିବ । ବ୍ୟାକଲଗ ସମସ୍ୟା ବି ଦୂର ହେବ । କେନ୍ଦ୍ର ସରକାରଙ୍କ ସବୁ ଶ୍ରେଣୀର ଚାକିରି ପାଇଁ ଲାଗୁ ହେବ ।
ଅଦାଲତ ବି ଅବସର ବୟସ ସୀମା ଗୋଟିଏ ହେବା ପାଇଁ କହିଥିଲେ ।
ଚଳିତ ବର୍ଷ ଜାନୁଆରୀ ମାସରେ ଦିଲ୍ଲୀ ଉଚ୍ଚନ୍ୟାୟାଳୟ ଅବସର ପ୍ରାପ୍ତ ଅଧିକାରୀ ଦେବ ଶର୍ମାଙ୍କ ମାମଲାର ଶୁଣାଣୀ କରି ଗୋଟିଏ ଅବସରେ ବୟସ ହେବା ପାଇଁ କହିଥିଲେ . ୪ ମାସ ମଧ୍ୟରେ ଗୃହମନ୍ତ୍ରାଳୟ ଏବିଷୟରେ ନିଷ୍ପତ୍ତି ନେବା ପାଇଁ କହିଥିଲେ । ସିଆରପିଏଫ୍ରେ ସମସ୍ତ ରାଙ୍କରେ ଗୋଟିଏ ଅବସର ବୟସ ସୀମା ସମାନ ପାଇଁ । ଏବେ ସିଆପିଏଫ୍ , ଭାରତ ତିବଦ୍ଦତ ପୁଲିସ, ଆଇଟିବିପି ଓ ବିଏସ୍ଏଫ୍ ତଥା ଏସ୍ଏସ୍ବିରେ କମାଡାଣ୍ଟରୁ ତଳରାଙ୍କର ପଦ ପାଇଁ ଅବସର ବୟସ ସୀମା ୫୭ ବର୍ଷ ଅଛି ।
ଡିଆଇଜି ତା ଠାରୁ ଉପର ରାଙ୍କର ଅଧିକାରୀଙ୍କ ପାଇଁ ୬୦ ବର୍ଷ ସିଆଇଏସ୍ଏଫ୍ ଓ ଆସାମ ରାଇଫଲ୍ରେ ଅବସର ବ.ସ ସୀମା ୬୦ ବର୍ଷ ଅଛି ।
ବିଭିନ୍ନ ରାଜ୍ୟ ମାନଙ୍କରେ ଅବସର ବୟସ ସୀମା ମଧ୍ୟ ଅଲଗା ଅଲଗା । ଆନ୍ଧ୍ରପ୍ରଦେଶରେ , ତ୍ରିପୁରା, କର୍ଣ୍ଣାଟର ,ଆସମା , ବିହାର, ମେଘାଳୟ, ମଧ୍ୟପ୍ରଦେଶ, ଛତିଶଗଡ, ନାଗାଲାଣ୍ଡ , ଗୁଜୁରାଟ, କର୍ଣ୍ଣାଟକ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶରେ ୬୦ ବର୍ଷ ଅବସର ବୟସ । ପଶ୍ଚିମ ବଙ୍ଗରେ ଡାକ୍ତରଙ୍କ ଅବସର ୬୨ ଓ ମେଡିକାଲ ଟିଚରଙ୍କ ବୟସ ୬୫ ବର୍ଷ ।
ଓଡିଶା, ତେଲେଙ୍ଗାନା, ଗୋଆ, ଅରୁଣାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମିଜୋରାମ ,ପଞ୍ଜାବ ଓ ହରିୟାଣାରେ ଏହା ୫୮ ବର୍ଷ । ଅଲଗା ଅଲଗା ପଦ ପାଇଁ ବି ଅବସର ବୟସ ସୀମା ଅଲଗା ରହିଛି ।
ଭାରତୀୟ ସେନାରେ ଅବସର ନେବା ବୟସ –
ଜେନେରାଲ ୬୨ ବର୍ଷ
ଲେଫନାଣ୍ଟ ଜେନାରାଲ ୬୦ ବର୍ଷ
ମେଜର ଜେନେରାଲ ୫୮ ବର୍ଷ
ବ୍ରିଗେଡିୟର ୫୬ ବର୍ଷ
କର୍ଣ୍ଣଲ – ୫୪ ବର୍ଷ
ସୁବେଦାର ମେଜର ୫୨ ବର୍ଷ
ନାଏବ ସୁବେଦାର – ୫୨
ହାବିଲଦାର -୪୯ ବର୍ଷ
ନାୟକ ୪୯ ବର୍ଷ
ସିପାହୀ ଜିପି ଏକ୍ସ ୪୨ ବର୍ଷ
ସିପାହି ଜିବି ଓ୍ୱାଇ ୪୮ ବର୍ଷ
ଭାରତୀୟ ନୌସେନା
ଏଡମିରାଲ ୬୨ ବର୍ଷ
ଭାଇସ୍ ଆଡମିରାଲ ୬୦ ବର୍ଷ
ରିଅର ଆଡମିରାଲ ୫୮ ବର୍ଷ
କମୋଡର କ୍ୟାପଟେନ୍ ୫୬ ବର୍ଷ
କମାଣ୍ଡର ୫୪ ବର୍ଷ
ଲେଫନଣ୍ଟ କମାଣ୍ଡର ୫୨ ବର୍ଷ
ସିପିଓ ତା ତଳ ୫୨ ବର୍ଷ
ବାୟୁସେନା
ଏୟାର ଚିଫ୍ ମାର୍ଶାୱ ୬୨ ବର୍ଷ
ଏୟାର ମାର୍ଶାଲ ୬୦ବର୍ଷ
ଏୟାର ଭାଇସ୍ ମାର୍ଶାଲ ୫୮ବର୍ଷ
ଏୟାର କମୋଡର ୫୬ ବର୍ଷ
ଗ୍ରୁପ କ୍ୟାପଟେନ୍ ୫୪ ବର୍ଷ
ଫ୍ଲାଇଙ୍ଗ ବ୍ରାଞ୍ଚ- ୫୨ ବର୍ଷ
ଏୟାର ମ୍ୟାନ ନାନୋ ଅଫିସ୍ ୫୭ ବର୍ଷ