ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ.ସି.ଏ. ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ
କଟକ – ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ.ସି.ଏ. ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ କରାଯାଇଛି । ଓ.ସି.ଏ. ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଭିନ୍ନ ପଦ ପାଇଁ ଆଶାୟୀ ପ୍ରାର୍ଥୀ ବନ୍ଦ ଲଫାପାରେ ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ଶନିବାର ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ୍ କରାଯିବ ଏବଂ ରବିବାରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ
ଭାବେ ଧାର୍ଯ୍ୟ କରାଯାଇଛି । ଏହା ପରେ ସେହି ଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆବଶ୍ୟକ ସ୍ଥଳେ ୨୭ତାରିଖ ଦିନ ଭୋଟ୍ଦାନ ଏବଂ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ସୂଚନା ଯୋଗ୍ୟ ଗତ ୧୫ ତାରିଖ ଦିନ ଓ.ସି.ଏ. ପକ୍ଷରୁ ୭୩ ଜଣିଆ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି ।