ଦିଲ୍ଲୀର ଦ୍ୱାରକାରେ ଇ-ବାହାନ ପାଇଁ ଚାର୍ଜିଂ କେନ୍ଦ୍ର ଉଦଘାଟିତ

0 562

କେନ୍ଦ୍ର ଭାରୀ ଉଦ୍ୟୋଗ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଅନନ୍ତ ଜୀ ଗୀତେ ଆଜି ନୂଆଦିଲ୍ଲୀଠାରେ ଦ୍ୱାରକା ମେଟ୍ରୋ ଷ୍ଟେସନ ପରିସରରେ ଚାର୍ଜିଂ କେନ୍ଦ୍ରର ଉଦଘାଟନ କରିଛନ୍ତି । ୧୮ଟି ଚାର୍ଜିଂ କେନ୍ଦ୍ର ସହିତ ଚାର୍ଜିଂ ଭିତ୍ତିଭୂମିର ବିକାଶ ରାଜସ୍ଥାନ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇଷ୍ଟ୍ରୁମେଣ୍ଟ ଲିମିଟେଡ (ଜଋଓଖ) କରିଛି । ଏହି ଅବସରରେ ଶ୍ରୀ ଅନନ୍ତ ଜୀ ଗୀତେ କହିଲେ ଯେ ଏହି ଚାର୍ଜିଂ କେନ୍ଦ୍ରରୁ ୪୦୦ ଇ-ରିକ୍ସା ବିନା ଶୁଳ୍କରେ ନିଜର ବାହନକୁ ଚାର୍ଜ କରିପାରିବେ । ସେ କହିଲେ ଯେ ଯଦି ପ୍ରାୟୋଜକ ଆଗେଇ ଆସିବେ ତେବେ ସବୁଦିନ ପାଇଁ ଚାର୍ଜିଂକୁ ମୁକ୍ତ କରିଦିଆଯିବ ।

ଆରଇଆଇଏଲ ଭିନ୍ନ ଭିନ୍ନ ସହରରେ ଏପର୍ୟ୍ୟନ୍ତ ୪୫ଟି ଚାର୍ଜିଂ କେନ୍ଦ୍ରର ସ୍ଥାପନା କରିସାରିଛି । ଆରଇଆଇଏଲ ଦ୍ୱାରା ସ୍ଥାପିତ କରାଯାଇଥିବା ଚାର୍ଜିଂ କେନ୍ଦ୍ର ପାଇଁ ଭାରୀ ଉଦ୍ୟୋଗ ବିଭାଗ ରାଶି ଉପଲବ୍ଧ କରାଇଛନ୍ତି । ଗତ ସପ୍ତାହରେ ଶ୍ରୀ ଅନନ୍ତ ଗୀତେ ଇ-ବାହାନର ଚାର୍ଜିଂ ସୁବିଧା ପାଇଁ ନୂଆଦିଲ୍ଲୀର ଉଦ୍ୟୋଗ ଭବନ ପରିସରରେ ୮ଟି ଚାର୍ଜିଂ କେନ୍ଦ୍ରର ଶୁଭାରମ୍ଭ କରିଥିଲେ ।

ପ୍ରଦୂଷଣ ସ୍ତରରେ ହ୍ରାସ ଏବଂ ସହରକୁ ସଫା ସୁତୁରା ଏବଂ ପରିବେଶ ଅନୁକୂଳ କରିବା ପାଇଁ ସରକାର ଇଲେକ୍ଟ୍ରୋନିକ ଉର୍ଜା ଆଧାରିତ ସାର୍ବଜନୀକ ପରିବହନକୁ ପ୍ରୋତ୍ସାହିତ କରିବା ପାଇଁ ଏଫଏଏମଇ ଯୋଜନା ଉପରେ କାର୍ୟ୍ୟ କରୁଛନ୍ତି । ଏଫଏଏମଇ ଯୋଜନାର ଦ୍ୱିତୀୟ ସୋପାନରେ ଦେଶରେ ଇଲେକ୍ଟ୍ରିକ ମୋବିଲିଟିକୁ ସହଜ କରିବା ପାଇଁ ଚାର୍ଜିଂ ଭିତ୍ତିଭୂମିର ବିକାଶର ଆବଶ୍ୟକତା ରହିଛି । ବିଭାଗ ସରକାରଙ୍କ ରାଷ୍ଟ୍ରୀୟ ଇଲେକ୍ଟ୍ରିକ ମୋବିଲିଟି ମିଶନ ଯୋଜନା ଅନ୍ତର୍ଗତ ୨୦୧୫ରେ ଏଫଏଏମଇ ଇଣ୍ଡିଆ ଯୋଜନାକୁ ଅଧିସୂଚିତ କରିଛି ।

ଏହି ଅବସରରେ ଦିଲ୍ଲୀ ମେଟ୍ରୋ ରେଳ ନିଗମର ପ୍ରବନ୍ଧ ନିର୍ଦ୍ଦେଶକ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply