ଭୁବନେଶ୍ୱର.- ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଚିତାଭସ୍ମକୁ ଶ୍ରୀକ୍ଷେତ୍ରର ମହୋଦଧୀରେ ବିସର୍ଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ନୂଆଦିଲ୍ଲୀରେ ସ୍ୱାର୍ଗତଃ ବାଜପେୟୀଙ୍କର ଅସ୍ଥି କଳସକୁ ପ୍ରଦାନ କରିଛନ୍ତି । ଦେଶର ଅଧିକାଂଶ ରାଜ୍ୟର ବିଜେପି ସଭାପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିତାଭସ୍ମର କଳସ ପ୍ରଦାନ କରିଛନ୍ତି ।
ଅପରାହ୍ନରେ ଅସ୍ତି କଳସ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ । ଏହାପରେ ଏକ ସମାରୋହରେ ବିଜେପି ରାଜ୍ୟା କାର୍ଯ୍ୟାଳୟକୁ ନିଆଯିବ । ସେଠାରେ ଅସ୍ଥି କଳସ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ରଖାଯିବ । ଗୁରୁବାର ସକାଳେ ଏହାକୁ ପୁରୀ ନିଆଯିବ । ଗୁରୁବାରରେ ଚିତାଭସ୍ମକୁ ମହୋଦଧୀରେ ବିସର୍ଜନ କରାଯିବ । ଶୁକ୍ରବାର ସନ୍ଧ୍ୟାରେ ରାଜଧାନୀରେ ଥିବା ପ୍ରଦ୍ରଶନୀ ପଡିଆରେ ସ୍ୱର୍ଗତଃ ବିଜପେୟୀଙ୍କ ପାଁ ଏକ ଶ୍ରଦ୍ଧାଞ୍ଜଳୀ ସଭା ଆୟୋଜନ କରାଯିବ । ଏଥିରେ ସମସ୍ତ ଦଳର ନେତା , ବୁଦ୍ଧିଜୀବୀ ଓ ସାଧାରଣ ଲୋକଙ୍କୁ ଯୋଗଦେବା ପାଇଁ ଦଳ ପକ୍ଷରୁ ନିବେଦନ କରାଯାଇଛି ।