ଭୁବନେଶ୍ୱର.- ଓଡିଶାରେ ଥିବା ସମସ୍ତ କନିଷ୍ଠ ମହାବିଦ୍ୟାଳୟ ବା ଜୁନିୟ କଲେଜରେ ଓଡିଆ ଭାଷାରେ କାମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ଓଡିଆ ଭାଷାରେ ସମସ୍ତ କାର୍ଯ୍ୟ କରିବା ପାଇଁ ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଓଡିଆ ଭାଷାରେ କାମ କରିବା ପାଇଁ ନିର୍ଦେଶ ଦିଆଯାଇଥିଲା । ଏହାପରେ ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଓଡିଆ ଭାଷାରେ କାମ କରିବା ପାଇଁ ନିର୍ଦେଶ ଦିଆଯାଇଛି ।।
୪୮୮ ବର୍ଗ ମହାବିଦ୍ୟାଳୟ ସହ ସମସ୍ତ କନିଷ୍ଠ ମହାବିଦ୍ୟାଳୟକୁ ଏ ନେଇ ନୋଟିସ୍ ଜାରି କରାଯାଇଛି ।