Sign in
Sign in
Recover your password.
A password will be e-mailed to you.
Browsing Category
ଖବର
ମୋଟେରା ଷ୍ଟାଡିୟମରେ ଟ୍ରମ୍ପ ଦେଖନ୍ତୁ ଫୋଟ
Addressing #NamasteTrump with my friend @realdonaldtrump. Join live! https://t.co/yzeG58lS8S
— Narendra Modi (@narendramodi) February 24, 2020
ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ଆସନ୍ତାକାଲିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଭୁବନେଶ୍ୱର ୨୩।୦୨।୨୦୨୦ ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ଉପରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ
ରାଜ୍ୟର କେତେକ ସ୍ଥାନରେ ଆସନ୍ତାକାଲିଠାରୁ ୨୬ ତାରିଖ ଚାରି ଦିନ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଏହି ସମୟ ମଧ୍ୟରେ…
୨୪ ତାରିଖରୁ ଓଡ଼ିଶାରେ ବର୍ଷା
ଭୁବନେଶ୍ୱର ୨୨।୦୨।୨୦୨୦ ----ପଶ୍ଚିମବଙ୍ଗ ଏବଂ ବାଙ୍ଗଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ପ୍ରଭାବରେ ରାଜ୍ୟରେ ଆସନ୍ତା ୨୩ରୁ ୨୬ ତାରିଖ ଚାରି ଦିନ ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼,…
ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ୫ ଗୁରୁତର
ମଦନପୁର -- ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଗତକାଲି ରାତିରେ ଭୁବନେଶ୍ୱର
ଯାଉଥିବା ଏକ ଘରୋଇ ବସ ମଦନପୁର ରାମପୁର ନିକଟ କେନ୍ଦୁଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି ।…
ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାରେ ସଡକ ଦୁର୍ଘଟଣା ୩ ମୃତ ୭ ଗୁରୁତର
ଝାରବାହିଲି -- ସୁବର୍ଣ୍ଣପୁର-ସମ୍ବଲପୁର ରାସ୍ତାର ମେଟାକାନି ମନ୍ଦିର ନିକଟ ଝାରବାହିଲି
ବୁଲାଣିରେ ଗତକାଲି ରାତିରେ ଏକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ପ୍ରାଣହାନୀ ଓ ୭ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।
ଏକ ମିନିଟ୍ରକରେ ଉଲୁଣା ବ୍ଲକ୍ ଖେମାଲୋଏ ଗ୍ରାମରୁ ଏକ ବାଜିପାର୍ଟି ଦଳ…
ଓଡ଼ିଆ କ୍ରିକେଟର୍ ପ୍ରଜ୍ଞାନ ଓଝା କ୍ରିକେଟର୍ ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କଲେ
ଭୁବନେଶ୍ୱର ୨୨.୦୨.୨୦୨୦ - କ୍ରିକେଟର୍ ସମସ୍ତ ଫର୍ମାଟ୍ରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର୍
ପ୍ରଜ୍ଞାନ ଓଝା। ଏନେଇ ହାଇଦ୍ରାବାଦ କ୍ରିକେଟ୍ ଆସୋସିଏସନ୍କୁ ଚିଠି ଲେଖିବା ସହ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶ୍ରୀ ଓଝା।
ଭାରତୀୟ କ୍ରିକେଟ୍ ଦଳ ତରଫରୁ ସେ ମୋଟ ୧୮ଟି…
କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ୧୦ ଆହତ
ସୁନ୍ଦରଗଡ଼ -- ୨୨।୦୨। ସୁନ୍ଦରଗଡ଼ ଜିଲ୍ଲା ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଜଟିଆବାବା ପାହାଡ଼ରୁ ପଥର ଖସି ଆଜି ଏକ ଅଘଟଣ ଘଟିଛି। ଶିବରାତ୍ରି ଅବସରରେ ଦର୍ଶନପାଇଁ ଯାଉଥିବାବେଳେ ମନ୍ଦିର ପାଖରେ ପଥର ଖସିବାରୁ ଶିଶୁ ସମେତ ୧୫ ଜଣ ଆହତ ହୋଇଛନ୍ତି।
ସେମାନଙ୍କୁ ପ୍ରଥମେ…
୩୩ ଜିଲାର ବିଜେଡି ସଭାପତିଙ୍କ ତାଲିକା- କିଏ ହେଲେ କେଉଁଠି
ଭୁବନେଶ୍ୱର -- ବି.ଜେ.ଡି.ର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲାପାଇଁ ଘୋଷଣା ହୋଇଥିବା ୩୩ ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବାବେଳେ ୧୯ ନୂଆମୁହଁ ରହିଛନ୍ତି। ଭୁବନେଶ୍ୱରପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଶ ସାମନ୍ତରାୟ,…
ଜାଣନ୍ତୁ – ରାଜ୍ୟ ବଜେଟ୍ରେ କାହା ପାଇଁ ଦିଆଯାଇଛି କେତେ ଅର୍ଥ
ଭୁବନେଶ୍ୱର ୧୯।୦୨- ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାରରେ ଓଡ଼ିଶା ବିଧାନସଭାରେ ୨୦୨୦-୨୧ଆର୍ଥିକ ବର୍ଷପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି । ତେବେ ବଜେଟ୍ ଉପସ୍ଥାପନବେଳେ ଅର୍ଥମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟରେ ସର୍ବାଧିକ ଲୋକଙ୍କୁ…
ସବୁ ସରକାରୀ କାମ ଏବେ ଅନ୍ଲାଇନ୍ରେ ହେବ- ଲୋକ ଯିବେ ନାହିଁ ସରାକାରୀ ଅଫିସ୍
ଭୁବନେଶ୍ୱର -- ଅଗଷ୍ଟ ୧୫ ସୁଦ୍ଧା କୌଣସି ଲୋକ ସରକାରୀ କାର୍ଯ୍ୟାଳୟକୁ ଯିବେନାହିଁ । ସବୁ କାରବାର ଅନ୍ଲାଇନରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ସୋମବାରରେ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଗତ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ ଏହା…