ଓଡ଼ିଆ କ୍ରିକେଟର୍‍ ପ୍ରଜ୍ଞାନ ଓଝା କ୍ରିକେଟର୍‍ ସମସ୍ତ ଫର୍ମାଟ୍‍ରୁ ଅବସର ଗ୍ରହଣ କଲେ

0 1,132

ଭୁବନେଶ୍ୱର ୨୨.୦୨.୨୦୨୦ – କ୍ରିକେଟର୍‍ ସମସ୍ତ ଫର୍ମାଟ୍‍ରୁ ଅବସର ଗ୍ରହଣ କରିଛନ୍ତି ଓଡ଼ିଆ କ୍ରିକେଟର୍‍
ପ୍ରଜ୍ଞାନ ଓଝା। ଏନେଇ ହାଇଦ୍ରାବାଦ କ୍ରିକେଟ୍‍ ଆସୋସିଏସନ୍‍କୁ ଚିଠି ଲେଖିବା ସହ ଟ୍ୱିଟ୍‍ କରି ଏହି ସୂଚନା ଦେଇଛନ୍ତି ଶ୍ରୀ ଓଝା।

ଭାରତୀୟ କ୍ରିକେଟ୍‍ ଦଳ ତରଫରୁ ସେ ମୋଟ ୧୮ଟି ଦିନିକିଆ ମ୍ୟାଚ୍‍ ଖେଳିଥିବାବେଳେ ୨୧ଟି ୱିକେଟ୍‍ ଅକ୍ତିଆର କରିଥିଲେ। ସେହିପରି ୨୪ଟି ଟେଷ୍ଟ ମ୍ୟାଚ୍‍ରୁ ସେ ୧୧୩ଟି ୱିକେଟ୍‍ ନେଇଥିଲେ। ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ପ୍ରଜ୍ଞାନ ହାଇଦ୍ରାବାଦକୁ ପ୍ରତିନିଧିତ୍ୱ କରିଆସୁଥିଲେ। ହାଇଦ୍ରାବାଦ କ୍ରିକେଟ୍‍ ଆସୋସିଏସନ୍‍ପାଇଁ ସେ ୧୪ ବର୍ଷ ଖେଳିଥିଲେ। ପ୍ରଜ୍ଞାନ ଟିମ୍‍ ଇଣ୍ଡିଆ ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ୍‍ ମଧ୍ୟ ଖେଳିଛନ୍ତି। ସେ ଡେକାନ୍‍ ଚାର୍ଜର୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଆଇ.ପି.ଏଲ୍‍. ମଧ୍ୟ ଖେଳିଛନ୍ତି। ସେ ମୋଟ
୯୨ଟି ଆଇ.ପି.ଏଲ୍‍. ମ୍ୟାଚ୍‍ ଖେଳି ୮୯ଟି ୱିକେଟ୍‍ ନେଇଥିଲେ।

Leave A Reply