୩୩ ଜିଲାର ବିଜେଡି ସଭାପତିଙ୍କ ତାଲିକା- କିଏ ହେଲେ କେଉଁଠି

0 608

ଭୁବନେଶ୍ୱର — ବି.ଜେ.ଡି.ର ନୂଆ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି। ବିଭିନ୍ନ ଜିଲ୍ଲାପାଇଁ ଘୋଷଣା ହୋଇଥିବା ୩୩ ଜଣ ସଭାପତିଙ୍କ ମଧ୍ୟରେ ୧୪ ଜଣ ପୁରୁଣାଙ୍କୁ ସ୍ଥାନ ମିଳିଥିବାବେଳେ ୧୯ ନୂଆମୁହଁ ରହିଛନ୍ତି। ଭୁବନେଶ୍ୱରପାଇଁ ଅନନ୍ତ ନାରାୟଣ ଜେନା, କଟକ ପାଇଁ ଦେବାଶିଶ ସାମନ୍ତରାୟ, ଗଞ୍ଜାମ ପାଇଁ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖୋର୍ଦ୍ଧା ପାଇଁ ବିଭୂତି ଭୂଷଣ ବଳବନ୍ତରାୟ, ମୟୂରଭଞ୍ଜ ସଦର ପାଇଁ ସୁଦାମ ମାରାଣ୍ଡି, ପୁରୀ ପାଇଁ ମହେଶ୍ୱର ମହାନ୍ତି, ରାଉରକେଲାପାଇଁ ସାରଦା ପ୍ରସାଦ ନାୟକ ଏବଂ ସମ୍ବଲପୁର ପାଇଁ ସିଦ୍ଧାର୍ଥ ଦାସଙ୍କ ନାଁକୁ ଘୋଷଣା କରାଯାଇଛି।

ସେହିପରି ବଲାଙ୍ଗିର ପାଇଁ ମନ୍ତ୍ରୀ ଟୁକୁନି ସାହୁ, ଅନୁଗୁଳ ପାଇଁ ମହେନ୍ଦ୍ର ବସ୍ତିଆ, ବାଲେଶ୍ୱରପାଇଁ ରବୀନ୍ଦ୍ର କୁମାର ଜେନା, ବରଗଡ଼ପାଇଁ ବିଜୟ ରଞ୍ଜନ ସିଂ ବରିହା, ଭଦ୍ରକ ପାଇଁ ଜଗନ୍ନାଥ ସ୍ୱାଇଁ, ବୌଦ ପାଇଁ ମହୀଧର ରଣା, ଦେବଗଡ଼ ପାଇଁ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଢେଙ୍କାନାଳ ପାଇଁ ପ୍ରଫୁଲ୍ଲ ମଲ୍ଲିକ, ଗଜପତି ପାଇଁ ପ୍ରଦୀପ ନାୟକ, ଜଗତ୍‍ସିଂହପୁର ପାଇଁ ପ୍ରଶାନ୍ତ ମୁଦୁଲି, ଯାଜପୁର ପାଇଁ ସରୋଜ ମହାପାତ୍ର, ଝାରସୁଗୁଡ଼ା ପାଇଁ କିଶୋର ମହାନ୍ତି, କଳାହାଣ୍ଡି ପାଇଁ ପୁଷ୍ପେନ୍ଦ୍ର ସିଂହଦେଓ, କେନ୍ଦ୍ରାପଡ଼ା ପାଇଁ ଉତ୍କଳ କେଶରୀ ପରିଡ଼ା ଏବଂ କନ୍ଧମାଳ ପାଇଁ ସରୋଜ କୁମାର କର୍ଣ୍ଣଙ୍କୁ ଦାୟିତ୍ୱ ଦିଆଯାଇଛି।

ଏହାଛଡ଼ା କେନ୍ଦୁଝର ପାଇଁ ମାଧବ ସର୍ଦ୍ଦାର, କୋରାପୁଟ ପାଇଁ ଈଶ୍ୱର ପାଣିଗ୍ରାହୀ, ମାଲକାନଗିରିପାଇଁ ପୂର୍ଣ୍ଣଚନ୍ଦ୍ର ବାକା, ମୟୂରଭଞ୍ଜ ପାଇଁ କାଶୀନାଥ ହେମ୍ବ୍ରମ୍‍, ନବରଙ୍ଗପୁର ପାଇଁ ରମେଶ ଚନ୍ଦ୍ର ମାଝୀ, ନୟାଗଡ଼ ପାଇଁ ରମେଶ ବେହେରା, ନୂଆପଡ଼ା ପାଇଁ ମନୋଜ ମିଶ୍ର, ରାୟଗଡ଼ା ପାଇଁ ସୁଧୀର ଦାସ, ସୁବର୍ଣ୍ଣପୁର ପାଇଁ ସରୋଜ କମ୍ପ ଏବଂ ସୁନ୍ଦରଗଡ଼ ପାଇଁ ବିନୟ ଟପ୍ପୋ ନିଯୁକ୍ତ ହୋଇଛନ୍ତି।

Leave A Reply