ମଦନପୁର — ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ରୁ ଗତକାଲି ରାତିରେ ଭୁବନେଶ୍ୱର
ଯାଉଥିବା ଏକ ଘରୋଇ ବସ ମଦନପୁର ରାମପୁର ନିକଟ କେନ୍ଦୁଘାଟିଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ବସଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ପାଞ୍ଚ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ତିନି ଜଣ ଗୁରୁତର ଅଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମଦନପୁର ରାମପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ।