ଅଧ୍ୟୟନ: ୨୦୪୦ ସୁଦ୍ଧା ପ୍ରତ୍ୟେକ ବର୍ଷ ୧.୫ କୋଟି ଲୋକଙ୍କୁ ଦରକାର ହେବ କିମୋଥେରାପି ଚିକିତ୍ସା

0 1,049

ମେଲବର୍ଣ୍ଣ: ବର୍ଷ ୨୦୪୦ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଷ ସାରା ବିଶ୍ୱରେ ୧.୫ କୋଟିରୁ ଅଧିକ ଲୋକଙ୍କୁ କିମୋଥେରାପିର ଆବଶ୍ୟକ ପଡିବ । ନିମ୍ନ ଓ ମଧ୍ୟମ ଧରଣର ଆମଦାନୀ କରୁଥିବା ଦେଶମାନଙ୍କରେ କେନସରର ରୋଗୀଙ୍କ ସଂଖ୍ୟା ଯେପରି ବଢିବାରେ ଲାଗିଛି, ଏହାକୁ ଦେଖି ଚିକିତ୍ସା କରିବା ପାଇଁ ହାରାହାରି ଏକ ଲକ୍ଷ କେନସର ଡାକ୍ତରଙ୍କ ମଧ୍ୟ ଆବଶ୍ୟକତା ପଡିବ । ଏକ ଅଧ୍ୟୟନରେ ଏହା କୁହାଯାଇଛି । ପ୍ରତିଷ୍ଠିତ ପତ୍ରିକା ‘ଲାଂସେଟ ଆକ୍ନୋଲୋଜି’ରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ, ୨୦୧୮ ରୁ ୨୦୪୦ ପର୍ଯ୍ୟନ୍ତ ସାରା ବିଶ୍ୱରେ ସବୁ ବର୍ଷ କିମୋଥୋରାପି କରିବା ରୋଗୀଙ୍କ ସଂଖ୍ୟା ୫୩ ପ୍ରତିଶତ ହିସାବରେ ୯୮ ଲକ୍ଷରୁ ୧.୫ କୋଟି ହୋଇଯିବ ।
ରାଷ୍ଟ୍ରୀୟ, ଆଂଚଳିକ ଓ ବୈଷୟିକ ସ୍ତରରେ କିମୋଥୋରାପି ପାଇଁ ପ୍ରଥମ ଥର ଏହିପରି ଆକଳନ କରାଯାଇଛି । ସିଡନୀରେ ୟୁନିର୍ଭରସିଟି ଅଫ ନ୍ୟୁ ସଉଥ ୱେଲ୍ସ, ଅଷ୍ଟ୍ରେଲିଆର ଇଂଗହେମ ୟୁନିଭରସିଟି ଫର ଅଲ୍ପାଇଡ ମେଡିକାଲ ରିସର୍ଚ, କଂଙ୍ଗହାନ କ୍ୟାନସର ସେଣ୍ଟର, ଲିବରପୁଲ କ୍ୟାନସର ଥେରାପି ସେଣ୍ଟର ଓ ଇଣ୍ଟରନ୍ୟାସନାଲ ଏଜେନ୍ସି ଫାର ରିସର୍ଚ ଆର୍ନ କ୍ୟାନସର, ଲିଓନର ଅଧ୍ୟୟନ କର୍ଯ୍ୟକର୍ତ୍ତା ମାନେ ଏହି ଗବେଷଣା କରିଛନ୍ତି ।
ୟୁଏନଏସଡବ୍ଲୁର ଅଧ୍ୟୟନ କାର୍ଯ୍ୟକର୍ତ୍ତା ବ୍ରୁକ ବିସ୍ଲନଙ୍କ ଅନୁସାରେ ସାରା ବିଶ୍ୱରେ ବଢୁଥିବା କ୍ୟାନସର ଆଜିର ଦିନରେ ସ୍ୱସ୍ଥ୍ୟ କ୍ଷେତ୍ରରେ ଏକ ବଡ ସମସ୍ୟା ଅଟେ । ସେ କହିଛନ୍ତି, ଯେ ବର୍ତ୍ତମାନ ଓ ଭବିଷ୍ୟତର ରୋଗୀଙ୍କ ସୁରକ୍ଷିତ ଚିକିତ୍ସା ପାଇଁ ବୈଷୟିକ କାର୍ଯ୍ୟବଳକୁ ତିଆରି କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ।

Leave A Reply