ଜନ୍ମ ବର୍ଷରୁ ଜାଣନ୍ତୁ ବ୍ୟକ୍ତିତ୍ୱ

0 569

(୧୯୮୦ ) :ଏହି ବର୍ଷରେ ଜନ୍ମିତ ଲୋକମାନଙ୍କର ବ୍ୟକ୍ତିତ୍ୱ ମଧ୍ୟରେ ଚୁମ୍ବକୀୟ ଆକର୍ଷଣଟି ରହିଥାଏ। ସାଧାରଣତଃ ଏମାନେ ବୌଦ୍ଧିକ ଚିନ୍ତାଧାରାର ହୋଇଥା’ନ୍ତି। ସେମାନଙ୍କର ବନ୍ଧୁମାନେ ସେମାନଙ୍କର ଖୁବ୍‌ ପାଖାପାଖି ରହିଥା’ନ୍ତି। ଏମାନଙ୍କର ଜିଜ୍ଞାସୁ ସ୍ୱଭାବ ହେତୁ ଅନେକ ଲୋକେ ଏମାନଙ୍କୁ ହଠାତ୍‌ ପସନ୍ଦ କରି ପକାଇଥାନ୍ତି। ତେବେ ୧୯୮୦ ମସିହାରେ ଜନ୍ମଲାଭ କରିଥିବା ବ୍ୟକ୍ତିଙ୍କ ପାଇଁ ଟିପ୍ସ ହେଉଛି, ଆପଣ ଆପଣଙ୍କ ଭିତରେ ଲୁଚି ରହିଥିବା ଗର୍ବକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ।

(୧୯୮୧) : ୧୯୮୧ମସିହାରେ ଜନ୍ମିତ ଲୋକଙ୍କ ବିଷୟରେ କେବଳ ଏତିକି କୁହାଯାଇ ପାରିବ ଯେ,ଏମାନେ ବହୁତ ମହତ୍ୱକାଂକ୍ଷୀ ଏବଂ ସ୍ମାର୍ଟ ଅଟନ୍ତି। ଆପଣ ଆପଣଙ୍କର ଗମ୍ଭୀରତାର ଏବଂ କଠିନ ପରିଶ୍ରମ ଆଧାରରେ ଆପଣଙ୍କ ଜୀବନରେ କୌଣସି ବି  ସଫଳତାକୁ ହାସିଲ୍‌ କରିପାରନ୍ତି। ଆପଣଙ୍କୁ ଆପଣଙ୍କ ନିଜର ପରିଶ୍ରମ ଉପରେ ଭରସା ରହିଥାଏ,ହେଲେ ଆପଣ ଅନ୍ୟ କାହାରିକୁ ବହୁତ ଶୀଘ୍ର ବିଶ୍ୱାସ କରିପାରନ୍ତି ନାହିଁ। ଯେଉଁ କାରଣରୁ ଅନ୍ୟମାନେ ଆପଣଙ୍କୁ ସେମାନଙ୍କର ଜୀବନରେ ବହୁତ ଆତ୍ମକୈନ୍ଦ୍ରିକ ବା ସ୍ୱାର୍ଥୀ  ବୋଲି ଭାବିଥାନ୍ତି।

(୧୯୮୨) : ୧୯୮୨ରେ ଜନ୍ମିତ ଲୋକମାନେ ବିଶ୍ୱାସନୀୟ ସଂଗକୁ ସ୍ନେହୀ ଅଟନ୍ତି। ଆପଣଙ୍କ ପ୍ରିୟ ଲୋକ ଆପଣଙ୍କ ପାଇଁ କିଛି ବି କରିବାକୁ ପଛାନ୍ତି ନାହିଁ। ଆପଣଙ୍କର ଏହି ଗମ୍ଭୁର ସ୍ୱଭାବ ହେତୁ ଆପଣ ଅନ୍ୟମାନଙ୍କ ଠାରୁ ଦୂରେଇ ଯାଆନ୍ତି। ଏହି କାରଣକୁ ନେଇ ଆପଣ ଆପଣଙ୍କର ଏହି ସ୍ୱଭାବଟି ଉପରେ ଟିକିଏ ଧ୍ୟାନ ରଖନ୍ତୁ।

(୧୯୮୩) : ଏହି ବର୍ଷରେ ଜନ୍ମିତ ଲୋକ ବହୁତ ଦୟାଳୁ ଏବଂ ନମ୍ର  ସ୍ୱଭାବର ଅଟନ୍ତି। ଆପଣ ବହୁତ ଶୀଘ୍ର ଲୋକଙ୍କ ସହିତ ମିଶି ଯାଉଥିବାରୁ ଆପଣଙ୍କ ଉପରେ ଲୋକ ବହୁତ ଶୀଘ୍ର ବିଶ୍ୱାସ କରିବସନ୍ତି। ତେବେ ଆପଣଙ୍କୁ ଲୋକଙ୍କ ସହିତ ମିଶିବା ପୂର୍ବରୁ ତାହାଙ୍କ ବିଷୟରେ ସଂପୂର୍ଣ୍ଣ ଭାବରେ ଜାଣିବାକୁ ହେବ। ନହେଲେ ସେହି ଲୋକମାନେ ହିଁ ଆପଣଙ୍କୁ ଧୋକା ଦେଇପାରନ୍ତି!

(୧୯୮୪) : ୧୯୮୪ରେ ଯେଉଁମାନଙ୍କର ଜନ୍ମ ଅଟେ,ସାଧାରଣତଃ ସେମାନଙ୍କର ସ୍ୱଭାବଟି ସକରାତ୍ମକ ବୋଲି ମାନାଯାଇଥାଏ। ଏଥିସହିତ ଏମାନେ ଏମାନଙ୍କ ଖୁସି ମିଂଜାସ୍‌ ପାଇଁ ନିଜର ବନ୍ଧୁମାନଙ୍କ ପାଖରେ ବହୁତ ଲୋକପ୍ରିୟ ହୋଇଥା’ନ୍ତି। ହେଲେ ଆପଣ ଆପଣଙ୍କର ଶବ୍ଦ ଏବଂ ବଚନ ଉପରେ ବିଶେଷ ଭାବରେ ଧ୍ୟାନ ଦିଅନ୍ତୁ। ବିନା ଭାବିଚିନ୍ତି  କିଛି କଥାକୁ  କହାରିକୁ କହିବା କାରଣରୁ ଏହା ଅନ୍ୟକୁ କଷ୍ଟ ଦେଇଥାଏ।

(୧୯୮୫) : ୧୯୮୫ମସିହାରେ ଜନ୍ମ ନେଇଥିବା ଲୋକଙ୍କ ବିଷୟରେ କେବଳ ଏତିକି କୁହାଯାଇଥାଏ ଯେ,ଏମାନେ ଏମାନଙ୍କର ହୃଦୟର କଥାକୁ ଶୁଣିଥା’ନ୍ତି। କାହିଁକି ନା, ଏମାନେ କାହାରି ଉପଦେଶକୁ ମାନିବାକୁ ଉଚିତ୍‌ ମଣିନଥା’ନ୍ତି। ଏଥିସହିତ ମଧ୍ୟ ଆପଣଙ୍କ ଜନ୍ମର ବର୍ଷଟି ଆପଣଙ୍କ ବିଷୟରେ ଏପରି କିଛି ରହସ୍ୟକୁ ଜଣାଇଥାଏ,ଯାହାକି ଅନ୍ୟମାନଙ୍କୁ ଆଦୌ ହିଁ ଜଣାନଥାଏ।

(୧୯୮୬) : ଆପଣ ଜଣେ ସତନ୍ତ୍ର ବିଚାରଧାରା ବିଶିଷ୍ଟ ବ୍ୟକ୍ତି ଅଟନ୍ତି। ଯିଏକି କାହାରି ବାଧ୍ୟବାଧକତାରେ ବି ନିୟନ୍ତ୍ରଣରେ ଆସନ୍ତି ନାହିଁ। ତେବେ ଆପଣଙ୍କୁ ଗୋଟିଏ କଥା ଉପରେ ଅବଶ୍ୟ ଧ୍ୟାନ ଦେବା ଦରକାର ଯେ ଆପଣ କିଛି ବି ପଦକ୍ଷେପ ନେବା ପୂର୍ବରୁ ତାହା ଉପରେ ପୁନଃର୍ବିଚାର କରନ୍ତୁ। ନହେଲେ ହୁଏତ ଆପଣଙ୍କୁ ଆପଣଙ୍କର ଭବିଷ୍ୟତରେ ପଶ୍ଚ୍ୟାତାପ କରିବାକୁ ପଡ଼ିପାରେ!

Leave A Reply