ନୂଆଦିଲ୍ଲୀ-ହିରୋ ମୋଟୋ କର୍ପ ଲିଃ. ପକ୍ଷରୁ ନୂଆ ସୁପର ସ୍ପ୍ଲେଣ୍ଡରର ବଜାର ପ୍ରବେଶ ପରେ ଏବେ ନୂଆ ପାସନ ପ୍ରୋ ଓ ପାସନ୍ ଏକ୍ସ ପ୍ରୋ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି ସମ୍ପ୍ରତି କମ୍ପାନୀର ମାର୍କେଟ ଶେୟାର 50 ପ୍ରତିଶତ ଥିବାବେଳେ ଏହି ଦୁଇ ଯାନର ବଜାର ପ୍ରବେଶ ଦ୍ୱାରା କମ୍ପାନୀ 100ରୁ 110 ସିସି ମୋଟରସାଇକେଲ ବର୍ଗରେ 70 ପ୍ରତିଶତରୁ ଅଧିକ ମାର୍କେଟ ଶେୟାର ହାସଲ କରିବାର ଲକ୍ଷ୍ୟ ରଖିଛି ହିରୋର ଆଇ-3 ଏସ୍ ଜ୍ଞାନକୌଶଳରେ ନିର୍ମିତ ଏହି ଯାନ ଦୁଇଟିର ’ଦିଲ୍ଲୀ ଏକ୍ସ୍ ଶୋ’ରୁମ୍ ମୂଲ୍ଯ ଯଥାକ୍ରମେ 53,189 ଟଙ୍କା ଏବଂ 54, 189 ଟଙ୍କା ରହିଛି
ଦେଶରେ ବିକ୍ରି ହେଉଥିବା ପ୍ରତିଟି ଦ୍ୱିତୀୟ ମୋଟର ସାଇକେଲ ହେଉଛି ହିରୋ ବାଇକ ଦେଶରେ 125 ସିସି ବର୍ଗରେ ହିରୋର 55 ପ୍ରତିଶତ ବଜାର ଅଂଶଧନ ରହିଛି ନୂଆ ସୁପର ସ୍ପ୍ଲେଣ୍ଡରର ଷ୍ଟାଇଲିସ୍ ଡିଜାଇନିଂ ଓ ’କ୍ଷତା ଗ୍ରାହକଙ୍କୁ ବିଶେଷ ପସନ୍ଦ ଆସିବ‘
ପ୍ଯାସନ୍ ପ୍ରୋ ବିଏସ୍-4 ଯୋଗ୍ଯତା ପୂରଣ କରୁଛି ଏହି ଯାନ 110 ସିସି ବର୍ଗରେ ଘରୋଇ ବଜାରରେ ହିରୋର 55 ପ୍ରତିଶତ ବଜାର ଅଂଶଧନକୁ ବର୍ଞ୍ଚିତ କରିବାର ଆଶା ରହିଛି ଏହାର ନୂଆଦିଲ୍ଲୀସ୍ଥିତ ଏକ୍ସ୍ ଶୋ’ରୁମ୍ ମୂଲ୍ୟ 57,190 ଟଙ୍କା ରହିଛି ସମ୍ପ୍ରତି ଘରୋଇ ବଜାରରେ କମ୍ପାନୀର ବଜାର ଅଂଶଧନ 50ପ୍ରତିଶତରୁ ଅଧିକ ରହିଛି
ନୂଆ ପାସନ୍ ପ୍ରୋରେ 110 ସିସି ଇିନ୍, 4-ଷ୍ଟ୍ରୋକ୍ ସିଙ୍ଗଲ୍ ସିଲିଣ୍ଡର, 7.0 ପିଏସ୍ ପାାର ଆଉଟ୍ପୁଟ୍, 7500 ଆର୍ପିଏମ୍, ସର୍ବାଧିକ ଟର୍କ 9.0 ଏନ୍ଏମ୍, 5500ଆରପିଏମ୍, ଆଇ 3-ଏସ୍ ଜ୍ଞାନକୌଶଳ, ସର୍ବାଧିକ ଘଂଟାପ୍ରତି ଗତି 94 କିଲୋମିଟର ଆଦି ବୈଶିଷ୍ଟ୍ଯ ରହିଥିବାବେଳେ ଏହାକୁ ଆକର୍ଷଣୀୟ ବଳିଷ୍ଠ ଭାବରେ ନିର୍ମାଣ କରାଯାଇଛି ଏହା ପୂର୍ବ ବାଇକ୍ ତୁଳନାରେ 12 ପ୍ରତିଶତ ଅଧିକ ଶକ୍ତିଶାଳୀ ତଥା ଅଧିକ ଟର୍କଯୁଚ୍ଛ ଏହା 7.45 ସେକେଣ୍ଡରେ ଘଂଟାପ୍ରତି 0-60 କିମି ବେଗରେ ଗତି କରିପାରିଥାଏ ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ଅଟୋମେଟିକ୍ ହେଡ୍ଲ୍ଯାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ଯ ରହିଛି ଏହା ସ୍ପୋର୍ଟସ୍ ରେଡ୍, ବ୍ଲାକ୍ ମେନୋଟୋନ୍, ସିଲଭର ମେଟାଲିକ୍, ଗ୍ରେ ମେଟାଲିକ୍, ଫ୍ରଷ୍ଟ ବ୍ଲୁ ମେଟାଲିକ୍ ଆଦି 5ଟି ରଙ୍ଗରେ ଉଭୟ ଡ୍ରମ୍ ଏବଂ ଡିସ୍କ ଭ୍ଯାରିଆଂଟ୍ରେ ଉପଲବ୍ଧ ହେଉଛି
ନୂଆ ପ୍ଯାସନ୍ ଏକ୍ସ୍ପ୍ରୋ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ନର୍ିମାଣ କରାଯାଇଛି ଏଥିରେ 110 ସିସି ଇିନ୍, ବିଏସ୍-4 ଯୋଗ୍ଯତା,4-ଷ୍ଟ୍ରୋକ୍ ସିଙ୍ଗଲ୍ ସିଲିଣ୍ଡର, 7.0 ପିଏସ୍ ପାାର ଆଉଟ୍ପୁଟ୍, 7500 ଆର୍ପିଏମ୍, ସର୍ବାଧିକ ଟର୍କ 9.0 ଏନ୍ଏମ୍, 5500ଆର୍ପିଏମ୍, ଆଇ 3-ଏସ୍ ଜ୍ଞାନକୌଶଳ, ସର୍ବାଧିକ ଘଂଟାପ୍ରତି ଗତି 94 କିଲୋମିଟର ଆଦି ବୈଶିଷ୍ଟ୍ଯ ରହିଥିବାବେଳେ ଏହାକୁ ଆକର୍ଷଣୀୟ ବଳିଷ୍ଠ ଭାବରେ ନିର୍ମାଣ କରାଯାଇଛି ଏହା ପୂର୍ବ ବାଇକ୍ ତୁଳନାରେ 12 ପ୍ରତିଶତ ଅଧିକ ଶଚ୍ଛିଶାଳୀ ତଥା ଅଧିକ ଟର୍କଯୁଚ୍ଛ ଏହା 7.45 ସେକେଣ୍ଡରେ ଘଂଟାପ୍ରତି 0-60 କିମି ବେଗରେ ଗତି କରିପାରିଥାଏ ଏଥିରେ ଲମ୍ବା ସିଟ୍ ଆକର୍ଷଣୀୟ ଇଣ୍ଡିକେଟର୍, ଅଟୋମେଟିକ୍ ହେଡ୍ଲ୍ଯାମ୍ପ୍ ଅନ୍(ଏଏଚ୍ଓ) ପ୍ରଭୃତି ବୈଶିଷ୍ଟ୍ଯ ରହିଛି ଏହା ସ୍ପୋର୍ଟସ୍ ରେଡ-ବ୍ଲାକ୍, ବ୍ଲାକ-ସ୍ପୋର୍ଟସ୍ ରେଡ୍, ବ୍ଲାକ୍- ଟୋକ୍ନୋବ୍ଲୁ, ବ୍ଲାକ୍-ହେଭି ଗ୍ରେ, ଫୋର୍ସ ସିଲଭର-ବ୍ଲାକ୍ ଆଦି 5ଟି ରଙ୍ଗରେ ଉଭୟ ଡ୍ରମ୍ ଏବଂ ଡିସ୍କ ଭ୍ଯାରିଆଂଟ୍ରେ ଉପଲବ୍ଧ ହେଉଛି