ନୂଆଦିଲ୍ଲୀ — ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ।
୪୦ରୁ ଊଦ୍ଧ୍ୱର୍ ପୁସ୍ତକ ରଚନା କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଏହି ଶ୍ରେଷ୍ଠ ହିନ୍ଦୀଗଳ୍ପ ପୁସ୍ତକରେ ୨୫ଟି ଅନୁଦିତ ଗଳ୍ପ ରହିଛି । କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ସ୍ୱତନ୍ତ୍ର ସମାରୋହରେ ପୁରସ୍କାର ବାବଦକୁ
୫୦ହଜାର ଟଙ୍କା, ତାମ୍ରଫଳକ ଓ ଉପଢ଼ୌକନ ପ୍ରଦାନ କରାଯିବ । ପୂର୍ବରୁ ପ୍ରଫେସର ପଟ୍ଟନାୟକ ଅନୁବାଦ ପାଇଁ ଅନେକଗୁଡିଏ ପୁରସ୍କାର ସମ୍ମାନ ଲାଭ କରିଛନ୍ତି ।