ଏହି ଅଭିଯାନ ହେଉଛି ଦେଶର ସର୍ବବୃହତ ଗୃହପାଳିତ ପଶୁ ଯତ୍ନ ଅଭିଯାନ ଯାହାକୁ ଗୋଟିଏ ଦିନରେ ଏକକାଳୀନ ୫୦୦ରୁ ଅଧିକ ଗ୍ରାମ ପାଇଁ ୩୭୪ଟି ସ୍ଥାନରେ ଆୟୋଜନ କରାଯାଇଥିଲା ଯାହା ଦ୍ୱାରା ୭୧,୪୦୦ରୁ ଅଧିକ ପଶୁ ଓ ୨୦,୪୦୦ରୁ ଅଧିକ ପଶୁପାଳକ ଉପକୃତ ହୋଇଛନ୍ତି
ଭୁବନେଶ୍ୱର: ଭାରତର ଅଗ୍ରଣୀ ଏନ୍ବିଏଫ୍ସି ଫୁଲରଟନ୍ ଇଣ୍ଡିଆ ପକ୍ଷରୁ ଭାରତର ସର୍ବବୃହତ ପଶୁ ଯତ୍ନ ସଚେତନତା ଅଭିଯାନକୁ ବାର୍ଷିକ ପଶୁ ବିକାଶ ଦିବସ ଜରିଆରେ ପାଳନ କରାଯାଇଛି । ଏହି ଅବସରରେ ଓଡ଼ିଶାର ୨୪ଟି ସ୍ଥାନରେ ଏକକାଳୀନ ପଶୁ ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ୪୩୦୦ରୁ ଅଧିକ ଗୃହପାଳିତ ପଶୁଙ୍କ ମାଗଣାରେ ସ୍ୱାସ୍ଥ୍ୟ ଯାଂଚ କରାଯିବା ସହ ଔଷଧ ପ୍ରଦାନ କରାଯାଇଥିଲା । ଫୁଲରଟନ୍ ଇଣ୍ଡିଆ ପକ୍ଷରୁ ୨୦୨୩ ଫେବ୍ରୁଆରି ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୭ଟି ସ୍ଥାନରେ ଗୃହପାଳିତ ପଶୁପାଳନମାନଙ୍କ ଲାଗି ମାଗଣା ସ୍ୱାସ୍ଥ୍ୟ ଯାଂଚ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ୫୫୦ରୁ ଅଧିକ ଲୋକ ଉପକୃତ ହୋଇଥିଲେ ।
ବୃହତ କାର୍ଯ୍ୟକ୍ରମର ଅଂଶ ଭାବେ ଏହି ଶିବିରକୁ ସାରା ଦେଶରେ ଏକକାଳୀନ ୩୭୪ରୁ ଅଧିକ ସ୍ଥାନରେ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୫ଟି ରାଜ୍ୟର ୫୦୦ରୁ ଅଧିକ ଗାଁ ସାମିଲ ଥିବା ବେଳେ ସାରା ଦେଶରେ ୭୧,୪୦୦ରୁ ଅଧିକ ପଶୁଙ୍କ ଚିକିତ୍ସା କରାଯାଇଥିଲା । 
ଏହି ଶିବିରରେ ପ୍ରାଣୀଚିକିତ୍ସକମାନେ ମାଗଣାରେ ପଶୁମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଟିକାକରଣ ଓ ଔଷଧ ବଣ୍ଟନ କରିବା ଏବଂ ଦୁଗ୍ଧ ଉତ୍ପାଦନରେ ଉନ୍ନତି ଆଣିବା ଲାଗି ପରାମର୍ଶ ଦେବା ଭଳି ସେବା ସାମିଲ ଥିଲା । ଫୁଲରଟନ୍ ଇଣ୍ଡିଆ ପକ୍ଷରୁ ପଶୁପାଳକମାନଙ୍କ ଲାଗି ୨୦୨୩ ଫେବ୍ରୁଆରି ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ୨୪୫ରୁ ଅଧିକ ସ୍ଥାନରେ ମାଗଣା ସ୍ୱାସ୍ଥ୍ୟ ଯାଂଚ ଶିବିର ଆୟୋଜନ କରାଯାଇଥିଲା ଯେଉଁଥିରେ ୨୦,୪୦୦ରୁ ଅଧିକ ଲୋକ ଉପକୃତ ହୋଇଥିଲେ । 
ଏହି ଅଭିଯାନ ସମ୍ପର୍କରେ ଫୁଲରଟନ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ ଶାନ୍ତନୁ ମିତ୍ର କହିଛନ୍ତି ଯେ, “ଅଭିନବ ସାମାଜିକ-ଅର୍ଥନୈତିକ କାର୍ଯ୍ୟକଳାପ ଜରିଆରେ ଅନଗ୍ରସର ଗୋଷ୍ଠୀଙ୍କ ପାଇଁ ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧିକୁ ସକ୍ଷମ କରିବା ଲାଗି ଫୁଲରଟନ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି ଯାହା ଗ୍ରାହକଙ୍କୁ ଆମର ନିକଟତର କରିବ ଏବଂ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ଓ ସମାଜର ସାମଗ୍ରିକ ଉନ୍ନତିରେ ସହାୟକ ହେବ । ତେଣୁ ଆମ ବିକାଶ କାର୍ଯ୍ୟକ୍ରମର ଏକ ବଡ଼ ଅଂଶ ଗ୍ରାମୀଣ ଗୋଷ୍ଠୀଙ୍କ ଜୀବନଜୀବିକା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି ଯାହା ସେମାନଙ୍କ ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବ ଏବଂ ସେମାନଙ୍କ ଆୟ ସ୍ରୋତକୁ ବଢ଼ାଇବ । ଯେହେତୁ ଦୂରଦୂରାନ୍ତ ଅଞ୍ଚଳରେ ଜୀବିକା ପାଇଁ ପ୍ରାଣିଧନ ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ସେଥିପାଇଁ ଆମେ ଆମ ଗ୍ରାହକମାନଙ୍କ ସମେତ ବୃହତ ଚାଷୀ ସମାଜ ଲାଗି ପଶୁ ଚିକିତ୍ସା ସୁବିଧା ପ୍ରଦାନ କରି ସାମାଜିକ ମୂଲ୍ୟବୋଧରେ ଉନ୍ନତି ଆଣିବା ଉପରେ ଗୁରୁତ୍ୱାରୋପ କରୁଛୁ । ଏହି ଉଦ୍ୟମର ପ୍ରତିଫଳନ ପଶୁପାଳକମାନଙ୍କ ଦ୍ୱାରା ସେମାନଙ୍କ ପଶୁର ଉତ୍ପାଦକତାରେ ଉନ୍ନତିରେ ଦେଖିବାକୁ ମିଳିଛି ଏବଂ ତାହା ସେମାନଙ୍କ ପରିବାରର ଆୟ ବଢ଼ାଇ ସାମାଜିକ ସକାରାତ୍ମକ ପ୍ରଭାବକୁ ଆଗକୁ ବଢ଼ାଇଛି ।’’
କଂପାନି ପକ୍ଷରୁ ୨୦୧୪ରେ ପ୍ରଥମ ପଶୁ ବିକାଶ ଦିବସ ଆୟୋଜନ କରାଯାଇଥିଲା ଯାହାକୁ ଗୋଟିଏ ଦିନର ସର୍ବଭାରତୀୟ କାର୍ଯ୍ୟକ୍ରମ ଭାବେ ଆରମ୍ଭ କରାଯାଇଥିଲା ଯେଉଁଥିରେ କଂପାନିର କର୍ମଚାରୀମାନେ ଗ୍ରାମୀଣ ସମାଜ ସହ ଯୋଡ଼ି ହୋଇ ସେମାନଙ୍କ ପଶୁର ଯତ୍ନ ନେବାରେ ସେମାନଙ୍କୁ ସାହାଯ୍ୟ କରିଥିଲେ । 
ବିଗତ ବର୍ଷଗୁଡ଼ିକରେ ଫୁଲରଟନ୍ ଇଣ୍ଡିଆ ପକ୍ଷରୁ ପଶୁପାଳକମାନଙ୍କୁ ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଏବଂ ମାର୍ଗଦର୍ଶନ ପ୍ରଦାନ କରାଯାଇଛି ଯଦ୍ୱାରା ସେମାନେ ନିଜ ପଶୁର ଉତ୍ପାଦକତାରେ ଉନ୍ନତି ଆଣିବା ସହ ସେମାନଙ୍କ ପରିବାରର ଆୟରେ ଉନ୍ନତି ଆଣିପାରିଛନ୍ତି । ବର୍ତମାନ ସୁଦ୍ଧା ପଶୁ ବିକାଶ ଦିବସରେ ୨,୭୧,୦୦୦ରୁ ଅଧିକ ପଶୁଙ୍କ ଚିକିତ୍ସା କରାଯାଇଥିବା ବେଳେ ୮୦,୦୦୦ରୁ ଅଧିକ ପଶୁପାଳକ ଉପକୃତ ହୋଇଛନ୍ତି ।
କମ୍ପାନିର ଚିଫ୍ ପିପୁଲ ଅଫିସର ସ୍ୱାମିନାଥନ ସୁବ୍ରମଣ୍ୟନ କହିଛନ୍ତି ଯେ, “ଭାରତର ଗ୍ରାମୀଣ ଅଞ୍ଚଳର ଅଧିକାଂଶ ଚାଷୀ ଆୟ ପାଇଁ ପଶୁପାଳନ ଉପରେ ନିର୍ଭରଶୀଳ ରହିଛନ୍ତି ଏବଂ ଆମର ବାର୍ଷିକ ପଶୁ ବିକାଶ କାର୍ଯ୍ୟକ୍ରମ ଜରିଆରେ ଆମେ ସେମାନଙ୍କୁ ନେଟ୍ୱର୍କିଂ ଲାଗି ଏକ ପ୍ଲାଟଫର୍ମ ପ୍ରଦାନ କରି ସଶକ୍ତ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସେମାନଙ୍କ ପଶୁଙ୍କ  ପାଇଁ ଆବଶ୍ୟକ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ସେମାନଙ୍କ ପାଖରେ ପହଞ୍ଚାଉଛୁ । ଏକ ମହତ କାରଣ ପାଇଁ ସ୍ୱେଚ୍ଛାସେବୀ ହେବା ଏବଂ ସମାଜକୁ କିଛି ଫେରାଇବା ଲାଗି ଏହା ଆମ କର୍ମଚାରୀମାନଙ୍କୁ ଏକ ସୁଯୋଗ ପ୍ରଦାନ କରୁଛି ।’’ 
								
									
								 Sign in							
							
								
									
											
										
											
		
					
								
			
			
	
										
									
								
							
												
				
				
				 Sign in
				
					
						
						
										
				
			
			Recover your password.
A password will be e-mailed to you.
 
			 
											
Comments are closed, but trackbacks and pingbacks are open.