ବନ୍ୟପ୍ରାଣୀ ସପ୍ତାହ ପାଳିତ

0 268

ପ୍ରତିବର୍ଷ ସମଗ୍ର ଦେଶରେ ଅକ୍ଟୋବର ୨ରୁ ୮ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଆସୁଛି । ବନ୍ୟପ୍ରାଣୀ ଓ ସେମାନଙ୍କର ଆବାସ ସ୍ଥଳୀର ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ବିଶେଷକରି ଶାନ୍ତି ଓ ଅହିଂସାର ଉପାସକ ମହାତ୍ମାଗାନ୍ଧିଙ୍କର ପୁଣ୍ୟ ଜନ୍ମତିଥି ଅବସରରେ ବନ୍ୟାପ୍ରାଣୀମାନଙ୍କର ସଂରକ୍ଷଣ ଏବଂ ମାନବ ସମାଜ ସହ ଏମାନଙ୍କର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦିଗରେ ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇବାର ଏକ ଏକ ଅପୂର୍ବ ସୁଯୋଗ । ପରିବେଶ ସୁରକ୍ଷା ତଥା ସନ୍ତୁଳନରେ ବନ୍ୟପ୍ରାଣୀ ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥାଏ । ମାନବ ସମାଜର ଅଭିବୃଦ୍ଧି, ସମୃଦ୍ଧି ଓ ଜୈବ ବିବିଧତା ଉପରେ ଏହା ନିର୍ଭରଶୀଳ ଅଟେ ।

ବିଶେଷକରି ଜୈବ ବିବିଧତା ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ ଅଟେ । ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‍ ଜନସାଧାରଣଙ୍କୁ ବନ୍ୟପ୍ରାଣୀମାନଙ୍କ ପ୍ରତି ସମ୍ବେଦନଶୀଳ
ହେବାପାଇଁ ଆହ୍ୱାନ ଜଣାଇଛନ୍ତି ।

ପ୍ରତିବର୍ଷ ସମଗ୍ର ଦେଶରେ ଅକ୍ଟୋବର ୨ରୁ ୮ତାରିଖ ପର୍ଯ୍ୟନ୍ତ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଆସୁଛି । ବନ୍ୟପ୍ରାଣୀ ଓ ସେମାନଙ୍କର ଆବାସ ସ୍ଥଳୀର ସୁରକ୍ଷା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବା ସହ ଏ ଦିଗରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ଏହି ସପ୍ତାହ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ବିଶେଷକରି ଶାନ୍ତି ଓ ଅହିଂସାର ଉପାସକ ମହାତ୍ମାଗାନ୍ଧିଙ୍କର ପୁଣ୍ୟ ଜନ୍ମତିଥି ଅବସରରେ ବନ୍ୟାପ୍ରାଣୀମାନଙ୍କର ସଂରକ୍ଷଣ ଏବଂ ମାନବ ସମାଜ ସହ ଏମାନଙ୍କର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦିଗରେ ପ୍ରତିଶ୍ରୁତିବଦ୍ଧତାକୁ
ଦୋହରାଇବାର ଏକ ଏକ ଅପୂର୍ବ ସୁଯୋଗ । ପରିବେଶ ସୁରକ୍ଷା ତଥା ସନ୍ତୁଳନରେ ବନ୍ୟପ୍ରାଣୀ ଏକ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିଥାଏ । ମାନବ ସମାଜର ଅଭିବୃଦ୍ଧି, ସମୃଦ୍ଧି ଓ ଜୈବ ବିବିଧତା ଉପରେ ଏହା ନିର୍ଭରଶୀଳ ଅଟେ । ବିଶେଷକରି ଜୈବ ବିବିଧତା ଦୃଷ୍ଟିରୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟଅଟେ । ୬୭ତମ ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍‍ ଜନସାଧାରଣଙ୍କୁ ବନ୍ୟପ୍ରାଣୀମାନଙ୍କ ପ୍ରତି ସମ୍ବେଦନଶୀଳ
ହେବାପାଇଁ ଆହ୍ୱାନ ଜଣାଇଛନ୍ତି

Leave A Reply