ନୂତନ ପରୀକ୍ଷା ନୀତି ଅନୁସାରେ ଚଳିତବର୍ଷ ଠାରୁ ଆଭ୍ୟନ୍ତରୀଣ ପରୀକ୍ଷା ସହ ଦୁଇଟି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ ।

0 86

ଓଡ଼ିଶା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚଳିତବର୍ଷ ଯୁକ୍ତ ଦୁଇ ପରୀକ୍ଷା ପଦ୍ଧତିରେ ସଂସ୍କାର ଅଣାଯାଇଛି । ନୂତନ ପରୀକ୍ଷା ନୀତି ଅନୁସାରେ ଚଳିତବର୍ଷ ଠାରୁ ଆଭ୍ୟନ୍ତରୀଣ ପରୀକ୍ଷା ସହ ଦୁଇଟି ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବ । ଏହାକୁ ରାଜ୍ୟ ସରକାର ମୋହର ମାରିଛନ୍ତି । ପ୍ରଥମ ଓ ଦ୍ୱିତୀୟ ବର୍ଷର ପରୀକ୍ଷା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ଦୁଇବର୍ଷ ମଧ୍ୟରେ ୬ଟି ଇଣ୍ଟରନାଲ ଓ ୨ଟି ବାର୍ଷିକ ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କର ଦକ୍ଷତାକୁ ମପାଯିବ । ପ୍ରତି ୩ ମାସରେ ୨୦ନମ୍ବର ବିଶିଷ୍ଟ
ଇଣ୍ଟରନାଲ ପରୀକ୍ଷା କରାଯିବାର ବ୍ୟବସ୍ଥା କରାଯାଇଛି ।

ପ୍ରଥମବର୍ଷର ପାଠ ଦ୍ୱିତୀୟ ବର୍ଷ ପ୍ରଶ୍ନପତ୍ରରେ ଆସିବ ନାହିଁ । ମୋଟ୍‍ ୪୫ ମିନିଟ୍‍ର ଏହି ପରୀକ୍ଷା କରାଇବାକୁ ମହାବିଦ୍ୟାଳୟ ଗୁଡ଼ିକୁ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶ ଦେଇଛନ୍ତି । କରୋନା ମହାମାରୀର ପରିସ୍ଥିତିକୁ ଲକ୍ଷ୍ୟ ରଖି ଯଦି ଏହି ବାର୍ଷିକ ପରୀକ୍ଷା ବାତିଲ ହୁଏ ତେବେ ପୂର୍ବ ସୂଚନା ମୁତାବକ ପରୀକ୍ଷା ଆଧାରିତ ଅଙ୍କକୁ ବିଚାରକୁ ନିଆଯାଇ ପିଲାମାନଙ୍କୁ ମାର୍କ ଦିଆଯିବ ।

ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ୩୦ ପ୍ରତିଶତ କମ୍‍ ସିଲାବସ୍‍ରେ ଶିକ୍ଷାଦାନ ହେବ । ୩ମାସକୁ ଥରେ ଇଣ୍ଟରନାଲ ପରୀକ୍ଷା କରାଯିବ ।’

Leave A Reply