୬ ବର୍ଷର ନାବାଳିକାକୁ ଅପହରଣ ବଳାତ୍କାର ଓ ହତ୍ୟା କରିଥିବା ଅଭିଯୁକ୍ତକୁ ଏନକାଉଣ୍ଟର କଲେ ପୁଲିସ ଅଧିକାରୀ

0 1,671

ରାମପୁର . – ଜଣେ ୬ ବର୍ଷୀୟା ନାବାଳିକାକୁ ଅପହରଣ କରିବା ପରେ ବଳାତ୍କାର କରି ହତ୍ୟା କରିଥିବା ଅଭିଯୁକ୍ତୁକୁ ପୁଲିସ ଏନ୍‌କାଉଣ୍ଟର କରିଛି । ରାମପୁର ଏସ୍‌ପି ଅଜୟ ପାଲ୍‌ ଶର୍ମାଙ୍କ ଗୁଳିରେ ଅଭିଯୁକ୍ତ ନାଜିଲ୍‌ ଗୁରୁତର ହୋଇଛି । ଅଭିଯୁକ୍ତର ଦୁଇ ଗୋଡରେ ଗୁଳି ବାଜିଛି ।
ଏହି ଅଭିଯୁକ୍ତକୁ ଗିରଫ କରିବାକୁ ଯିବା ସମୟରେ ସେ ପୁଲିସ ଉପରକୁ ଗୁଳି କରିଥିଲା । ଏହାପରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ଏସ୍‌ପି ଅଜୟପାଲ ଶର୍ମା ୩ ରାଉଣ୍ଡ ଗୁଳି କରିଥିଲେ। ଦୁଇଟି ଗୁଳି ଅଭିଯୁକ୍ତ ନାଜିଲ୍‌ର ଗୋଡରେ ବାଜିଥିଲା ।

ଶନିବାରରେ ପୁଲିସ ନାବାଳିକାର ଶବକୁ ଜବତ କରିଥିଲା । ନାଜିଲ୍‌ ନାବାଳିକାକୁ ଅପହରଣ କରିବା ପେର ବଳାତ୍କାର ଓ ହତ୍ୟା କରିଥିବା ଜଣାପଡିଥିଲା । ଏହାପରେ ପୁଲିସ ଅଭିଯୁକ୍ତକୁ ଖୋଜୁଥିଲା । ଗିରଫ ସମୟରେ ସେ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିବା ଅଭିଯୋଗ ହୋଇଥିଲା ।

Leave A Reply