ପ୍ରଥମ କରି ପିଲା ସ୍କୁଲ ଯାଉଥିଲେ…

0 2,070

ଭୁବନେଶ୍ୱର: କୁହାଯାଇଥାଏ ଯେ, ପିଲାମାନଙ୍କର ପଢିବା- ଲେଖିବା ଘରୁ ଆରମ୍ଭ ହୋଇଥାଏ । ସେମାନେ ଯାହା ଦେଖିଥାନ୍ତି, ତାହା କରଥାନ୍ତି । ଏଥିପାଇଁ ଜରୁରୀ ଯେ ପିଲାମାନଙ୍କୁ ଖାଲି ଭଲି ଅଭ୍ୟାସ ଶିଖାନ୍ତୁ ନାହିଁ ବରଂ ସମୟ ସମୟରେ ତାଙ୍କର ମାର୍ଗଦଶନ କରିବା ଆବଶ୍ୟକ । ଗୋଟିଏ ପିଲାର ମସ୍ତିକ ଖୋଲା ବହି ପରି ହୋଇଥାଏ । ଏଥିପାଇଁ ଯାହା ବି ତାକୁ ଶିଖାନ୍ତୁ ବହୁତ ବୁଝାଇ, ଭଲପାଇବା ଦେଇ ଓ ଶାନ୍ତ ଭାବରେ ଶିଖାନ୍ତୁ । ପିଲା ଯଦି ସ୍କୁଲ ଯିବା ଆରମ୍ଭ କରୁଛି, ତେବେ ଏମିତିରେ ଏହା ଆଉ ମଧ୍ୟ ଜରୁରୀ ହୋଇଯାଏ ।

୧. ପିଲାକୁ ସଫା ସୁତୁରାର ମହତ୍ୱ ଶିଖାନ୍ତୁ, ବିଶେଷ ଭାବେ ବ୍ୟକ୍ତିଗତ ହାଇଜିନକୁ ଅଧିକ ଗୁରୁତ୍ୱ ଦିଅନ୍ତୁ । ତାହାକୁ କୁହନ୍ତୁ ଯେ ସ୍କୁଲରେ ଯେତେବେଳେ ତାକୁ ଟଏଲେଟ ଲାଗେ ଅଥବା ଶୌଚ ପାଇଁ ଯିବ ଶିକ୍ଷକ ବା ସାଥିରେ ଥିବା କୌଣସି ପିଲାକୁ କହିବ । ଏହା ବ୍ୟତୀତ ତାକୁ ନିଜେ ମଧ୍ୟ ଶୌଚ ପରେ ସଫା ସୁତୁରା କରି ଜାଣୁଥିବା ଆବଶ୍ୟକ । ତାକୁ ପରାମର୍ଶ ଦିଅନ୍ତୁ ଯେ ସଫା ସୁତୁରା ନ ରହିଲେ ଏହା କାରଣରୁ ତାକୁ କେମିତି ଇନଫେକସନ ହୋଇପାରେ । ଏହି ସବୁ କଥା ପିଲାର ଅଭ୍ୟାସ ହୋଇଗଲେ ସେ କେବେ ଭୁଲି ପରିବନାହିଁ ।

୨. ପିଲାଙ୍କୁ କୁହନ୍ତୁ ଯେ ସେ କାହା ସହିତ ମଧ୍ୟ ଗାଲି ଝଗଡା ବା ଅଭଦ୍ର ବ୍ୟବହାର ନକରୁ । ଯଦି କୌଣସି ପିଲା ତାକୁ ହଇରାଣ କରୁଛି ତେବେ ସେ ଶିକ୍ଷକ ବା ପିତାମାତାଙ୍କୁ କହିବ । ସମସ୍ତଙ୍କ ସହିତ ଭଳ ଭାବରେ ମିଳାମିଶା କରିବ ।

୩. ଏତଦ ବ୍ୟତୀତ ପଢିବା-ଲେଖିବା ସମ୍ବନ୍ଧରେ କିଛି ମୌଳିକ କଥା ଅଛି ଯାହା ଆପଣଙ୍କୁ ପିଲାକୁ ଶିଖାଇବା ଆବଶ୍ୟକ । ଯେମିତି କି ତାକୁ ଆଲଫାବେଟ ଲେଖିବା ଶିଖାନ୍ତୁ, ଗଣିବା ଶିଖାନ୍ତୁ ଓ କିଛି ସରଳ କବିତା ମଧ୍ୟ ତାକୁ ଶିଖାଇପାରିବେ । ଏଥିରେ ପିଲା ସ୍କୁଲ ଗଲେ ତାକୁ ବେଶି ଭୟ ଲାଗିବ ନାହିଁ ।

୪. ଯଦି ପିଲାକୁ ଖାଲି ଆପଣଙ୍କ ହାତରେ ଖାଇବାର ଅଭ୍ୟାସ ଅଛି, ତେବେ ତାହାର ଅଭ୍ୟାସରେ ପରିବର୍ତ୍ତନ କରନ୍ତୁ । ତାକୁ ନିଜର ହାତରେ ଖାଇବା ଶିଖାନ୍ତୁ । ଧ୍ୟାନ ରଖନ୍ତୁ ଯେ ପିଲା ସବୁବେଳେ ଖାଇବା ପୂର୍ବରୁ ହାତ ଧୋଇବା ଅବଶ୍ୟକ ।

୫. ପିଲାମାନଙ୍କୁ ବଡ଼ ମାନଙ୍କର ଆଦର କରିବା ଶିଖାନ୍ତୁ । ଯଦି ତାକୁ କେହି କିଛି ଜିନିଷ ଦେଉଛି ବା ସେ କିଛି କାହାକୁ ଦେୁଛି ତେବେ ତାହା ବଦଳରେ ଧନ୍ୟବାଦ କହିବା ଶିଖାନ୍ତୁ । ଭୁଲ କଲେ କ୍ଷମା ମାଗିବା ମଧ୍ୟ ଶିଖାନ୍ତୁ ।

୬. ପିଲାକୁ ସାମାଜିକ ମୂଲ୍ୟବୋଓ ଓ ସାଙ୍ଗ ବନାଇବା ଶିଖାନ୍ତୁ । ଏହା ଏଥିପାଇଁ ଜରୁରୀ ଯେ ପିଲା ସ୍କୁଲରେ ଏକୁଟିଆ ଅନୁଭବ କରିବ ନାହିଁ ।

Leave A Reply