ସାଇରନ୍ ଶଦ୍ଦରେ ଚୋର ଛାନିଆଁ, ବ୍ୟାଙ୍କରୁ ଡରି ପଳେଇଲେ
ଢେଙ୍କାନାଳ . ଢେଙ୍କାନାଳରେ ଥିବା ଏକ ବ୍ୟାଙ୍କର ଶାଖାରେ ରାବିବାର ରାତିରେ ଚୋରି ଉଦ୍ୟମ୍ ଅସଫଳ ହୋଇଛି । ଷ୍ଟ୍ରଙ୍ଗ ରୁମ୍ରେ ଲାଗିଥିବା ସାଇରନ୍ ଚୋରାମାନେ ତାଲା ଭାଙ୍ଗୁଥିବା ବେଳେ ବାଜି ଉଠିବାରୁ ଚୋରମାନେ ପ୍ରାଣ ବିକଳରେ ସେହି ସ୍ଥାନ ଛାଡି ପଳାଇଛନ୍ତି ।
ଢେଙ୍କାନାଳ ସହରେ ଥିବା ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ ରାତି ୧୨ଟା ପରେ ଚୋର ପଶିଥିଲେ । ଷ୍ଟ୍ରଙ୍ଗରୁମ୍ ତାଲା ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବା ବେଳେ ସାଇରନ୍ ବାଜିଉଠିଥିଲା ।
ଥାନା ନିକଟରେ ଏହି ବ୍ୟାଙ୍କ ଥିବାରୁ ଚୋରମାନେ ଭୟରେ ପଳାଇଥିଲେ । ସାଇରନ୍ ବାଜିବାରୁ ପୁଲିସ ସେହିସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚୋରମାନେ ସେଠାରେ କଟର ସହ ବ୍ୟାଙ୍କର ଦୁଇର ତାଡିବା ପାଇଁ ବ୍ୟବହାର କରୁଥିବା ଅନ୍ୟନ୍ୟ ସାମଗ୍ରୀ ଛାଡି ପଳାଇଛନ୍ତି ।