ପରିବର୍ତ୍ତିତ ଜୟବାୟୁ ମ୍ୟାଲେରିଆ ରୋଗର ଅନ୍ୟତମ କାରଣ

ଘରେ ଆପାଣାନ୍ତୁ ଏହି ଉପାୟ, ସ୍ୱାସ୍ଥ୍ୟ ପାଇଁ ଭଲ, ଖର୍ଚ୍ଚ କମ

0 1,709

ଭୁବନେଶ୍ୱର: ଅଧିକାଂଶ ସମୟରେ ଆଜିକାଲି ପାଗ ବଦଳୁଛି, କେତେବେଳେ ବର୍ଷାରେ ପାଗ ଥଣ୍ଡା ପଡୁଛି ତ କେତେବେଳେ ଗରମରେ ଲୋକ ଛଟପଟ ହେଉଛନ୍ତି । ଦିଲ୍ଲୀରେ ପାଗ ବଦଳିବା କାରଣରୁ ଲୋକଙ୍କୁ ଡେଙ୍ଗୁ, ମ୍ୟାଲେରିଆ ପରି ରୋଗରେ ପଡୁଛନ୍ତି । କାରଣ ଏହିପରି ପାଗରେ ସବୁଠାରୁ ବେଶୀ ମଶା ହୋଇଥାନ୍ତି, ଯାହା ଥରେ କାଟିଲେ ଶରୀରରେ ରୋଗ ସୃଷ୍ଟି ହୋଇଥାଏ ।

ଯଦି ଆପଣ ମାନେ ଚାହୁଁଛନ୍ତି ଯେ ଆପଣଙ୍କ ଶରୀରରେ ବଦଳୁଥିବା ପାଗରେ କୌଣସି ପ୍ରକାର ସମସ୍ୟା ନହେଉ ଏଥିପାଇଁ ମ୍ୟାଲେରିଆରୁ ରକ୍ଷା ପାଇବାର ଉପାୟ ।
ମେଲେରିଆରୁ ରକ୍ଷା ପାଇବା ପାଇଁ ଉପାୟ…
• ଘରରେ ଏକତ୍ରିତ ହେଉଥିବା ପାଣିରେ ମେଲେରିଆର ରୋଗର ବାହାକ ମଶାମାନେ ଏକାଠି ହୋଇଥାନ୍ତି । ଏଥିପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ଯେ ନିଜର ଘର ଓ ଆଖପାଖ ସ୍ଥାନରେ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ । ମଶାର ଚକ୍ର ପୂରା ହେବା ପାଇଁ ୭ରୁ ୧୨ଦିନ ଲାଗିଥାଏ । ଏଥପାଇଁ ଯଦି ପାଣି ରଖିବା ପାଇଁ ଥିବା କୌଣସି ପାତ୍ରକୁ ସପ୍ତାହରେ ଥରେ ଭଳ ଭାବରେ ସଫା କରାଯାଇଥାଏ, ତେବେ ମଶାର ପ୍ରଜନନର କୌଣସି ସମ୍ଭାବନା ରହି ନଥାଏ ।
• ମଶାମାନେ ଛାତ ଉପରେ ଥିବା ପାଣି ଟାଙ୍କିରେ ଅଣ୍ଡା ଦେଇ ପାରନ୍ତି । ଯଦି ତାହା ଠିକ ଭାବରେ ଢାଙ୍କି ହୋଇନଥିବ । ଯଦି ଛାତରେ ରଖାଯାଇ ଥିବା ପକ୍ଷୀମାନଙ୍କ ପାଣିର ପାତ୍ର ପରିବର୍ତ୍ତନ ସବୁ ସପ୍ତାହରେ ସଫା କରାନଯାଏ, ତେବେ ମଶା ସେଥିରେ ଅଣ୍ଡା ଦେଇପାରନ୍ତି ।
• ରାତିରେ ମଶାରୀ ଉପଯୋଗ କଲେ କେବଳ ମେଲେରିଆରୁ ସମ୍ପୁର୍ଣ୍ଣ ରକ୍ଷା ପାଇପାରିବା ନାହିଁ । କାରଣ ଏହି ମଶା ଦିନରେ କାମୁଡିଥାନ୍ତି ।
• ମେଲେରିଆର ମଶା ଶବ୍ଦ କରିନଥାନ୍ତି, ଏଥିପାଇଁ ଯେଉଁ ମଶା ଶବ୍ଦ ଉତ୍ପନ କରିଥାନ୍ତି, ସେ ମଶା ରୋଗର କାରଣ ହୋଇନଥାନ୍ତି ।

Leave A Reply