ରାଜ୍ୟରେ ଗତକାଲି ୩ହଜାର ୫୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ୮ଲକ୍ଷ ୭୪ହଜାର ୩୦୭ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଅପର ପକ୍ଷରେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧ କୋଟି ୧୮ ଲକ୍ଷ ୩୫ ହଜାର ୩୯୬ ଡୋଜ୍ ଟିକା ପ୍ରଦାନ କରାଯାଇଛି । ସେଥିମଧ୍ୟରୁ ୯୭ ଲକ୍ଷ ୩୪ ହଜାର ୯୧୪ ଜଣ ପ୍ରଥମ ଡୋଜ୍ ନେଇଥିବାବେଳେ ୨୧ ଲକ୍ଷ ୪୮୦ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । କିଛିଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ୩ ହଜାର ତଳକୁ ଖସିଛି
କରୋନା ସଂକ୍ରମଣ । ଗତକାଲି ଦିନକରେ ୨ ହଜାର ୬୪୦ ଜଣ ନୂତନ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ସଙ୍ଗରୋଧରୁ ୧ ହଜାର ୫୧୭ ଜଣ ରହିଥିବାବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ରହିଛି ୧ ହଜାର ୧୨୩ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯ରେ ପହଞ୍ଚିଛି ।
ଗତକାଲି ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୩୯୭ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩୬୫ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୨୬୬, ପୁରୀରୁ ୧୭୮, ଯାଜପୁରରୁ ୧୬୨ ଜଣ, ମୟୂରଭଞ୍ଜରୁ ୧୫୫, ଜଗତ୍ସିଂହପୁରରୁ ୧୩୨ ଓ ଭଦ୍ରକ ଜିଲ୍ଲାରୁ ୧୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ନିମ୍ନରେ ରହିଛି । ଅନ୍ୟପକ୍ଷରେ ରାଜ୍ୟରେ ଆଉ ୪୦ ଜଣଙ୍କର ମୃତ୍ୟୁହେବା ପରେ କରୋନାଜନିତ ମୋଟ୍ ମୃତ୍ୟୁସଂଖ୍ୟା ୩ ହଜାର ୯୭୦ରେ ପହଞ୍ଚିଛି ।