ଆସନ୍ତା ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କ ସକାଶେ ‘ଗୋଟିଏ ଦେଶ, ଗୋଟିଏ ରାସନ୍‍ କାର୍ଡ଼’

0 69

ଆସନ୍ତା ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ପ୍ରବାସୀ ଶ୍ରମିକଙ୍କ ସକାଶେ ‘ଗୋଟିଏ ଦେଶ, ଗୋଟିଏ ରାସନ୍‍ କାର୍ଡ଼’ ଯୋଜନା କାର୍ଯ୍ୟକାରୀ କରିବାକୁ ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମ୍‍କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‍ ଅଶୋକ ଭୂଷଣ ଓ ଜଷ୍ଟିସ୍‍ ଏମ୍‍.ଆର୍‍. ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଏହି ଯୋଜନା କାର୍ଯ୍ୟକାରୀ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଏହି ଯୋଜନା କାର୍ଯ୍ୟକାରୀ ହେବା ଫଳରେ ଜଣେ ପ୍ରବାସୀ ହିତାଧିକାରୀ ଦେଶର ଯେକୌଣସି ରାସନ ବଣ୍ଟନ କେନ୍ଦ୍ରରୁ ନିଜ କୋଟାର ରାସନ ପାଇପାରିବେ ।

ସେହିଭଳି ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ କରୋନା ସଂକ୍ରମଣ ନ କମିବା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଖାଦ୍ୟଶସ୍ୟ ଯୋଗାଇବାପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତତ୍‍ସହିତ ସୁପ୍ରିମ୍‍କୋର୍ଟ ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କ ସୁବିଧା ପାଇଁ ଏକ ପୋର୍ଟାଲ୍‍ ବିକଶିତ କରିବାକୁ ଉଭୟ କେନ୍ଦ୍ର ଓ
ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।

Leave A Reply