ଗର୍ଭବତୀଙ୍କୁ କୋଭିଡ୍‍ ଟିକା ନେବାପାଇଁ ଅନୁମତି ପ୍ରଦାନ

0 100

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଟିକାକରଣ ପାଇଁ ଗଠିତ ଜାତୀୟ ବୈଷୟିକ ପରାମର୍ଶ ଦଳର ସୁପାରିସ ପରେ ଗର୍ଭବତୀଙ୍କୁ କୋଭିଡ୍‍ ଟିକା ନେବାପାଇଁ ଅନୁମତି ପ୍ରଦାନ କରିଛି । ଏହାପରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକାକରଣ କାର୍ଯ୍ୟକ୍ରମରେ ଗର୍ଭବତୀଙ୍କୁ ମଧ୍ୟ ସାମିଲ୍‍ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଅନୁସାରେ ଜଣେ ମହିଳା ଗର୍ଭଧାରଣ ସମୟରେ କୋଭିଡ୍‍ରେ ଆକ୍ରାନ୍ତ ହେଲେ ଏହାର ପ୍ରଭାବ ଶିଶୁ ଏବଂ ମା’ ଉଭୟଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି ।

ଏହାବ୍ୟତୀତ ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ମଧ୍ୟ ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ତଥା ବିଭିନ୍ନ ଗବେଷଣା ପରେ ଗର୍ଭବତୀଙ୍କୁ କରୋନା ପ୍ରତିଷେଧକ ଟିକା ନେବାକୁ ଅନୁମତି ଦିଆଯାଇଛି । ସେମାନେ କୋ-ୱିନ୍‍ ପୋର୍ଟାଲ୍‍ରେ ପଞ୍ଜୀକରଣ କରି କିମ୍ବା ନିଜର ପରିଚୟ ପତ୍ର ଦେଖାଇ ସିଧାସଳଖ ଭାବେ ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ ।

Leave A Reply