ରାଜ୍ୟରେ ଶୀତଲହରୀ ଜାରି ରହିଥିବାବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ

0 105

ରାଜ୍ୟରେ ଶୀତଲହରୀ ଜାରି ରହିଥିବାବେଳେ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ କେତେକ ସ୍ଥାନରେ ଘନକୁହୁଡ଼ି ଦୃଶ୍ୟମାନ ହେବ । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍‍ କମିଶନରଙ୍କ ପକ୍ଷରୁ ଦୁଇ ଦିନ ପାଇଁ ସତର୍କତା ଜାରି କରାଯାଇଛି । ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‍ସିଂହପୁର, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ ଓ ଅନୁଗୁଳରେ ଘନକୁହୁଡ଼ି ଦେଖିବାକୁ ମିଳିବ । ସେହି ସମୟରେ ଗାଡ଼ି ଚଳାଚଳରେ ଅସୁବିଧା ଦେଖାଦେଇପାରେ ବୋଲି କୁହାଯାଇଛି । ଏଥିପାଇଁ ସତର୍କ ରହିବାକୁ ଏସ୍‍.ଆର୍‍.ସି. ନିବେଦନ କରିଛନ୍ତି ।


ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନ ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ରାତି ତାପମାତ୍ରା ହ୍ରାସ ପାଇଛି । ଦାରିଙ୍ଗିବାଡ଼ିଠାରେ ସର୍ବନିମ୍ନ ରାତି ତାପମାତ୍ରା ୮ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି । ଆସନ୍ତା ୯ ଓ ୧୦ ତାରିଖରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

Leave A Reply