୨୦୨୧-୨୨ ପାଇଁ ଦେଶର ପ୍ରମୁଖ ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ରଣଜୀ ଟ୍ରଫି ଆୟୋଜନ କରିବାପାଇଁ ବି.ସି.ସି.ଆଇ. ଘୋଷଣା କରିଛି । ପ୍ଲେଟ୍ ଗ୍ରୁପ୍ର ମ୍ୟାଚ୍ ଆସନ୍ତା ୧୦ ତାରିଖରେ ଆରମ୍ଭ ହେବାକୁ ଥିବାବେଳେ ଏଲିଟ୍ ଗ୍ରୁପ୍ର ମ୍ୟାଚ୍ଗୁଡ଼ିକ ୧୬ ତାରିଖରୁ ଖେଳାଯିବ ।
ଇତିମଧ୍ୟରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଗତକାଲି ଓଡ଼ିଶା ରଣଜୀ ଦଳପାଇଁ ୨୦ ଜଣ ନାମ ତାଲିକା ଘୋଷଣା କରିଛି । ମିଡିଲ୍ ଅର୍ଡର ବ୍ୟାଟ୍ସ୍ ମ୍ୟାନ୍ ଶୁଭ୍ରାଂଶୁ ସେନାପତି ଦଳର ନେତୃତ୍ୱ ବଜାୟ ରଖିଥିବାବେଳେ ସାନ୍ତନୁ ମିଶ୍ର, ଅଭିଷେକ ରାଉତ, ଅନୁରାଗ ଷଡ଼ଙ୍ଗୀ, ସନ୍ଦୀପ ପଟ୍ଟନାୟକ, ଗୋବିନ୍ଦ ପୋଦାର ପ୍ରମୁଖ ନିଜର ସ୍ଥାନ ବଜାୟ ରଖିଛନ୍ତି । ତେବେ ଏଥର ୫ ଜଣ ନୂଆ ମୁହଁ ସାମିଲ୍ କରାଯାଇଛି । ସେମାନେ ହେଲେ – ଅଂଶୁମାନ୍ ରଥ, ରାକେଶ ପଟ୍ଟନାୟକ, ଆଶିଷ ରାୟ, ପ୍ରଶାନ୍ତ ରଣା ଓ ତାରିଣୀ ଶାହା ।