ଗତ କିଛିଦିନ ହେବ ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଘଟି କେତେକ ସ୍ଥାନରେ ରାତ୍ରିକାଳୀନ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାର
ପରିଲକ୍ଷିତ ହେଉଛି । ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟର ୧୧ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡି.ଗ୍ରୀ.ରୁ କମ୍ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ସୋନପୁରରେ ସର୍ବନିମ୍ନ ୯.୬ ଡି.ଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ସେହିଭଳି ଫୁଲବାଣୀରେ ୧୦.୫ ଅନୁଗୁଳରେ ୧୧, କୋରାପୁଟରେ ୧୧.୬, ଭବାନୀପାଟଣାରେ ୧୨.୨ ଏବଂ ଝାରସୁଗୁଡ଼ାରେ
୧୩ ଡି.ଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ଭୁବନେଶ୍ୱରରେ ୧୮ ଡି.ଗ୍ରୀ ରେକର୍ଡ କରାଯାଇଥିବାବେଳେ କଟକରେ ତାପମାତ୍ରା ୧୬.୮ ଡି.ଗ୍ରୀ ରହିଥିବା ଜଣାପଡିଛି । ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ.ଆର.ବିଶ୍ୱାସ କହିଛନ୍ତ