ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ପ୍ରକ୍ରିୟାରେ ଜମି ହରାଇଥିବା ଆବେଦନକାରୀଙ୍କୁ ଆସନ୍ତା ୬ ସପ୍ତାହ ଭିତରେ ବିବାଦମୁକ୍ତ ଜମି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବରୁ ପୁରୀ ଜିଲ୍ଲାପାଳ ଆବେଦନକାରୀଙ୍କୁ ପ୍ରଦାନ କରିଥିବା ଜମିରେ ବିରୋଧାଭାସ ଦେଖାଦେବାରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହାର ଶୁଣାଣିକରି ହାଇକୋର୍ଟ ଆବେଦନକାରୀଙ୍କୁ ତୁରନ୍ତ ଜମି ପ୍ରଦାନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।