ମେ ମାସ ୧୯୯୯ ମସିହାରେ କାରଗିଲ୍ ଯୁଦ୍ଧ ଆରମ୍ଭ ହୋଇଥିଲା
ଏହା ୬୦ ଦିନ ଧରି ଚାଲିଥିଲା ।
ଜୁଲାଇ ମାସ ୨୬ ତାରଖରେ କାରଗିଲ୍ ଦଖଲ ସହ ଏହି ଯୁଦ୍ଧ ଶେଷ ହୋଇଥିଲ ।
ଏ ଯୁଦ୍ଧ ବିଷୟରେ ତତ୍କାଳୀନ ପାକିସ୍ତାନର ପ୍ରଧାନମନ୍ତ୍ରୀ ନଓ୍ୱାଜ ସରିଫ୍ ଜାଣି ନଥିଲେ ।
ପାକିସ୍ତାନ ସେନା ମୁଖ୍ୟ ପରଭେଜ୍ ମୁସାରଫ୍ଙ୍କ ନିର୍ଦେଶରେ ଏହି ଯୁଦ୍ଧ ହୋଇଥିଲା ।
ଶୀତଦିନେ ତୁଷାରପାତ ସମୟରେ ଆତଙ୍କବାଦୀ ଓ ପାକିସ୍ତାନର ସେନା ପର୍ବତ ଉପରେ ଖାଲି ପଡିଥିବା ଭାରତୀୟ ସେନାର ପୋଷ୍ଟରେ ପ୍ରବେଶ କରିଥିଲେ ।
ଯୁଦ୍ଧ ପାଇଁ ଏମାନେ ପୁରା ପ୍ରସ୍ତୁତି କରି ଆସିଥିଲେ ।
ସେମାନେ ଉପରୁ ଭାରତୀୟ ସେନା ଉପରେ ଆକ୍ରମଣ କରିଥିଲେ ।
ଭାରତୀୟ ସେନାର ୫୨୭ ଜଣ ଯବାନ ସହିଦ ହୋଇଥିବା ବେଳେ ୪୫୩ ପାକିସ୍ତାନି ନିହତ ହୋଇଥିଲେ ।
ଭାରତୀୟ ସେନାର ବଳ ପରାକ୍ରମ ଆଗରେ ହାର ମାନିଥିଲା ପାକିସ୍ତାନ ସେନା