୨୦୨୨-୨୩ ରବି ଋତୁରେ ଏପର୍ଯ୍ୟନ୍ତ ୧୧ଟି ରାଜ୍ୟରୁ ୧୬୧ ଲକ୍ଷ ମେଟ୍ରିକ୍ ଟନ୍ ଗହମ ସଂଗୃହିତ ହୋଇଛି । ସେହି ରାଜ୍ୟ ଗୁଡ଼ିକ ମଧ୍ୟରେ ମଧ୍ୟପ୍ରଦେଶ, ହରିଆନା, ପଞ୍ଜାବ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ହିମାଚଳ ପ୍ରଦେଶ, ଜାମ୍ମୁ-କାଶ୍ମୀର, ଗୁଜରାତ, ବିହାର ଓ ରାଜସ୍ଥାନ ରହିଛି । ଏଥିରୁ ୧୪ଲକ୍ଷ ୭୦ ହଜାର କୃଷକ ସର୍ବନିମ୍ନ ସହାୟକ ମୂଲ୍ୟରେ ଗହମ ବିକ୍ରୟ କରି ଲାଭାନ୍ୱିତ ହୋଇଛନ୍ତି ।
ସେମାନେ ଏ ବାବଦରେ ୩୨ ହଜାର ୬୩୩ କୋଟି ଟଙ୍କା ପାଇଛନ୍ତି । ଖାଉଟି ବ୍ୟାପାର ମନ୍ତ୍ରଣାଳୟ କହିଛି, ୨୦୨୧-୨୨ ଖରିଫ୍ ଋତୁରେ ଧାନ ସଂଗ୍ରହ ସୂଚାରୁରୂପେ ଚାଲିଛି । ଏ ପର୍ଯ୍ୟନ୍ତ ୭୬୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରାଯାଇଛି । ଏଥିରୁ ୧କୋଟି ୯ଲକ୍ଷ କୃଷକ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରୟ କରି ଲାଭାନ୍ୱିତ ହୋଇଛନ୍ତି । ଏ ବାବଦରେ ସେମାନେ ୧ଲକ୍ଷ ୪୯ହଜାର କୋଟି ଟଙ୍କା ପାଇଛନ୍ତି ।
Comments are closed, but trackbacks and pingbacks are open.