ନିର୍ବାଚନ କମିଶନ୍ ଓଡ଼ିଶା ସମେତ କେରଳ ଓ ଉତ୍ତରାଖଣ୍ଡର ତିନୋଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା
କରିଛନ୍ତି ।
ଓଡ଼ିଶାର ବ୍ରଜରାଜନଗର ବିଧାନସଭା ଆସନ, କେରଳର ଥ୍ରୀକାକରା ଆସନ ଓ ଉତ୍ତରାଖଣ୍ଡର ଚମ୍ପାୱତ୍ ଆସନ ପାଇଁ ଚଳିତ ମାସ ୩୧ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ । ଏହି ଉପନିର୍ବାଚନର ମତଗଣନା ଜୁନ୍ ମାସ ୩ ତାରିଖ ଦିନ ଅନୁଷ୍ଠିତ ହେବ । ଏଥିପାଇଁ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ଚଳିତ ମାସ ୧୧ ତାରିଖ ରହିଛି ।
Comments are closed, but trackbacks and pingbacks are open.