ଦେଶବ୍ୟାପି କୋଭିଡ୍‍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ

104

ଦେଶବ୍ୟାପି କୋଭିଡ୍‍ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୧୮୯ କୋଟି ୩୮ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି । କେବଳ ଗତକାଲି ୧୪ଲକ୍ଷରୁ ଅଧିକ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ କହିଛି, ୧୨ରୁ ୧୪ ବର୍ଷ ବୟସ ବର୍ଗରେ ୩କୋଟି ୭୨ଲକ୍ଷରୁ ଅଧିକ ଟିକା ଦିଆଯାଇ ସାରିଛି । ସ୍ୱାସ୍ଥ୍ୟ କର୍ମୀ, ସମ୍ମୁଖ ଯୋଦ୍ଧା ଓ ବୟସ୍କ ନାଗରୀକମାନଙ୍କୁ ୨ କୋଟି ୮୫ଲକ୍ଷରୁ ଅଧିକ ବୁଷ୍ଟର ଡୋଜ୍‍ ଟିକା ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆସନ୍ତା ଗୁରୁବାରଠାରୁ ଗୁଜରାତର କେୱାଡିଆଠାରେ ତିନି ଦିନିଆ ସ୍ୱାସ୍ଥ୍ୟ ଚିନ୍ତନ ଶିବିରରେ ଅଧ୍ୟକ୍ଷତା କରିବେ । ସର୍ବସାଧାରଣ ସ୍ୱାସ୍ଥ୍ୟ ଓ ଚିକିତ୍ସା କ୍ଷେତ୍ର ସମ୍ବନ୍ଧୀୟ ନୀତି ଗୁଡ଼ିକର କାର୍ଯ୍ୟକାରିତାର ଏଥିରେ ସମୀକ୍ଷା ହେବ । ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟକାରିତା ପାଇଁ ଉପାୟ ଗୁଡ଼ିକ ଉପରେ ଏଥିରେ ଆଲୋଚନା କରାଯିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ନୀତି ଆୟୋଗ, ଉଦ୍ୟୋଗକ୍ଷେତ୍ର, ଷ୍ଟାର୍ଟଅପ୍‍ ଓ ଶିକ୍ଷା କ୍ଷେତ୍ରରୁ ବକ୍ତାମାନେ ଏକ ଆଲୋଚନାରେ ଉଦ୍‍ବୋଧନ ଦେବେ ।

Comments are closed, but trackbacks and pingbacks are open.