ନଭି ମୁମ୍ବାଇର ଡି.ୱାଇ. ପାଟିଲ୍ ଷ୍ଟାଡିୟମ୍ଠାରେ ରାତି ୭ଟା ୩୦ରେ ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ୍ ମଧ୍ୟରେ ମୁକାବିଲା ହେବ ।
ଗତକାଲି ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ଆଇ.ପି.ଏଲ୍. କ୍ରିକେଟ୍ ମ୍ୟାଚ୍ରେ କୋଲକାତା ନାଇଟ୍ରାଇଡର୍ସ ରାଜସ୍ଥାନ ରୟାଲ୍ସକୁ ୭ୱିକେଟ୍ରେ ପରାସ୍ତ କରିଛି । ୧୫୩ରନ୍ ବିଜୟର ପିଛା କରି କୋଲକାତା ନାଇଟ୍ରାଇଡର୍ସ ୧୯.୧ ଓଭରରେ ୩ ୱିକେଟ୍ ବିନିମୟରେ ୧୫୮ରନ୍ କରି ମ୍ୟାଚ୍ ଜିତିଥିଲା । ନୀତିଶ ରାଣା ଓ ରିଙ୍କୁ ସିଂ ଦୁଇ ଜଣ ଖେଳାଳି ଅପରାଜୟ ପାଳି ଖେଳିଥିଲେ ।
ନୀତିଶ ୪୮ରନ୍ କରିଥିବା ବେଳେ ରିଙ୍କୁ ୪୨ରନ୍ ଏବଂ ଶ୍ରେୟସ ଆୟାର୍ ଉପଯୋଗୀ ୩୪ରନ୍ କରିଥିଲେ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୫୨ରନ୍ କରିଥିଲା । ଏଥିରେ ଅଧିନାୟକ ସଂଜୁ ସାମ୍ସନ୍ ଅର୍ଦ୍ଧଶତକ କରିଥିଲେ । କୋଲକାତା ନାଇଟ୍ରାଇଡର୍ସ ପକ୍ଷରୁ ଟିମ୍ ସାଉଦି ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ । କୋଲକାତା ନାଇଟ୍ରାଇଡର୍ସ ଏହି ବିଜୟ ସହ ୧୦ମ୍ୟାଚ୍ ଖେଳି ୮ ପଏଣ୍ଟ ପାଇଛି । ସେହିପରି ରାଜସ୍ଥାନ ରୟାଲ୍ସ ୧୦ଟି ମ୍ୟାଚ୍ ଖେଳି ୧୨ ପଏଣ୍ଟ ପାଇଛି । ବର୍ତ୍ତମାନ ସୁଦ୍ଧା
ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚ୍ ଜିତିଥିବାବେଳେ ୪ଟି ମ୍ୟାଚ୍ ହାରିଛି ।
Comments are closed, but trackbacks and pingbacks are open.