ଘର ସମ୍ମୁଖରେ କଳା ଗେଟ ରହିବା ନେଇ ବାସ୍ତୁ ଦୋଷ କ’ଣ କହେ? ଜାଣନ୍ତୁ
ଭୁବନେଶ୍ୱର: କିିଛି ଘରେ ସବୁବେଳେ ଛୋଟ ଛୋଟ କଥାରେ ଝଗଡା ହୋଇଥାଏ ଅଥବା ସେହି ଘରେ ସବୁବେଳେ ଲୋକମାନେ ରୋଗରେ ରହିଥାନ୍ତି । ଏହି ସବୁ କଥାର କାରଣ ବାସ୍ତୁ ଦୋଷ ମଧ୍ୟ ହୋଇଥାଇପାରେ । କିଛି ଛୋଟ କଥାକୁ ଧ୍ୟାନରେ ରଖିଲେ ଏହି ବାସ୍ତୁ ଦୋଷରୁ ରକ୍ଷା ପାଇପାରିବେ । ଏହି ୫ଟି ବାସ୍ତୁ ଦୋଷ ଯାହା ପାଇଁ ଘରେ ସବୁବେଳେ ଅଶାନ୍ତି ଲାଗିରହିଥାଏ ।
-ଘରର ମୁଖ୍ୟ ଦ୍ୱାର କଳା ରଙ୍ଗର ହୋଇନଥିବା ଆବଶ୍ୟକ । ବାସ୍ତୁ ଅନୁସାରେ, ଏଥିରେ ପରିବାରର ମୁଖ୍ୟଙ୍କୁ ଆଘାତ, ଅପମାନ ଓ ସବୁବେଳେ କ୍ଷତିର ସମ୍ମୁଖୀନ ହୋବାକୁ ପଡିଥାଏ ।
-ଘରର ମୁଖ୍ୟ ଫାଟକ ଅନ୍ୟ ଦ୍ୱାର ଅପେକ୍ଷା ବଡ ହେବା ଆବଶ୍ୟକ । ଯଦି ମୁଖ୍ୟ ଫାଟକ ଅଲଗା ଦ୍ୱାର ଠାରୁ ଛୋଟ ହୁଏ, ତେବେ ଟଙ୍କା-ପଇସା ସର୍ମ୍ପକୀତ ସମସ୍ୟା ହୋଇଥାଏ ।
-ସୂର୍ଯ୍ୟେଦୟ ସମୟରେ ଘରର କବାଟ ଖୋଲା ରହିବା ଆବଶ୍ୟକ । ଏଥିରେ ସକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ ।
-ଘରର କବାଟ ପଛରେ କିଛି ପ୍ରକାର ଅସ୍ତ୍ର ବା ଖଣ୍ଡା ଆଦି ରଖିବା ଉଚିତ ନୁହେଁ । ଏଥିରେ ପରିବାରର ସଦସ୍ୟମାନଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇପାରେ ।
-ଘରର କୌଣସି ବେଡରୁମରେ ୱାସ ବେସିନ ରହିବା ଉଚିତ ନୁହେଁ । ଏଥିରେ ପ୍ରେମ ଜୀବନରେ ସମସ୍ୟା ଦେଖାଦେଇଥାଏ । ଯଦି ଏମିତି ଥାଏ ତେବେ ତା’ ଆଗରେ ପର୍ଦ୍ଦା ଲଗାଇବା ଆବଶ୍ୟକ ।