ଲଖନଉ ଆସନରେ ରାଜନାଥ ସିଂହଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ କଂଗ୍ରେସର ଆଚାର୍ଯ୍ୟ ପ୍ରମୋଦ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୧୯ ପାଇଁ କଂଗ୍ରେସ ମଙ୍ଗଳବାର ଆଉ ତିନୋଟି ପ୍ରାର୍ଥୀଙ୍କର ନାମ ଘୋଷଣା କରିଛି । ଉତ୍ତରପ୍ରଦେଶର ଲଖନଉ ଆସନରେ କଂଗ୍ରେସ ନିଜର ପ୍ରାର୍ଥୀଙ୍କୁ ଠିଆ କରାଇବ । ଲଖନଉ ଲୋକସଭା ଆସନରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣ ପ୍ରାର୍ଥୀ ହେବେ । ଏହାର ଅର୍ଥ ହେବ ଯେ ଆଚାର୍ଯ୍ୟ ପ୍ରମୋଦଙ୍କ ଲଢେଇ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ସମାଜବାଦୀ ପାର୍ଟି ପ୍ରାର୍ଥୀ ପୁନମ ସିହ୍ନାଙ୍କ ସହିତ ମୁକାବିଲା ହେବ । ମଧ୍ୟପ୍ରଦେଶର ଇନ୍ଦୋର ଲୋକସଭା ଆସନରେ ମଧ୍ୟ କଂଗ୍ରେସ ନିଜର ଆଶାୟୀ ପ୍ରାର୍ଥୀ ଘୋଷଣା କରିଛି ।
ଇନ୍ଦେରରେ ପଙ୍କଜ ସାଂଘବୀ ପ୍ରାର୍ଥୀ ହେବେ । ଏହି ଆସନରେ ସମସ୍ତଙ୍କର ଆଖି ବିଜେପି ପ୍ରାର୍ଥୀଙ୍କ ଉପରେ ରହିବ । କାରଣ ଏହି ଆସନରୁ ବିଜେପି ଟିକେଟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସାଂସଦ ଥିବା ସୁମିତ୍ରା ମହାଜନ ନିର୍ବାଚନ ଲଢ଼ିବାକୁ ମନା କରିଦେଇଛନ୍ତି । ସେହିଭଳି ଉତ୍ତରପ୍ରଦେଶର କେଶରଗଂଜ ଠାରୁ କଂଗ୍ରେସ ବିନୟ କୁମାର ପାଣ୍ଡେଙ୍କୁ ଟିକେଟ ଦେଇଛି । ଏଠାରେ ବିଜେପିର ବିଜୟ ଭୂଷଣ ଶରଣ ସିଂହଙ୍କୁ ନିଜର ପ୍ରାର୍ଥୀ କରିଛି । ବିନୟ କୁମାର ପାଣ୍ଡେ ଶ୍ରାବସ୍ତି ଠାରୁ ବିଜେପିର ଦୟନ ମିଶ୍ରାଙ୍କ ବିରୋଧରେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ ।
ବିନୟ କୁମାର ପାଣ୍ଡେ ୨୦୦୯ ଲୋକସଭା ନିର୍ବାଚନରେ ଶ୍ରାବସ୍ତିରୁ ଲଢ଼ି ବିଜୟୀ ହୋଇଥିଲେ । ସୂଚନାଯୋଗ୍ୟ ଯେ, ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଏଯାଏଁ ୪୦୭ ପ୍ରାର୍ଥୀ ଘୋଷଣା କରିଛି, ଯେଉଁଥିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମ ସାମିଲ ଅଛି ।