ସମ୍ବଲପୁରରେ ଉଭୟ କଂଗ୍ରେସ-ବିଜେଡିକୁ ଟାର୍ଗେଟ କଲେ ନରେନ୍ଦ୍ର ମୋଦୀ
ଭୁବନେଶ୍ୱର: ଓଡ଼ିଶା ମୋ ପାଇଁ ତୀର୍ଥଯାତ୍ରା । ଏଠାରେ ଆୟୋଜିତ ହୋଇଥିବା ସଭାକୁ ଦେଶର ଜନତା ଟିଭି ମାଧ୍ୟମରେ ଦେଖୁଛନ୍ତି । ଏହା ହେଉଛି ଚୌକିଦାର ପ୍ରତି ସ୍ନେହ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର କହିଛନ୍ତି । ସପ୍ତଦଶ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନିକିଆ ପ୍ରଚାର ସକାଶେ ଓଡ଼ିଶା ମୋଦୀ କହିଛନ୍ତି, ଦେଶର ଜନତା ଏକ ମଜବୁତ ସରକାର ଚାହାଁନ୍ତି । ଏବେ କେନ୍ଦ୍ରର ଗୋଟିଏ ଟଙ୍କା ଲୋକଙ୍କ ନିକଟକୁ ପହଂଚୁଛି । ୟୁପିଏ ସରକାରରେ ତାହା ୧୫ ପଇସା ପହଂଚୁଥିଲା । ଏଥିରେ ବିଦ୍ୟାଳୟ ଓ ହସ୍ପିଟାଲ ନିର୍ମାଣ ହୋଇ ପାରୁଥିଲା ।
ନରେନ୍ଦ୍ର ମୋଦୀ ସମ୍ବଲପୁର ସଭାରେ ବିଜୁ ଜନତା ଦଳ ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ୧୯ ବର୍ଷ କ୍ଷମତାରେ ରହିବା ପରେ ବି ବିକାଶ କରିପାରି ନାହାନ୍ତି । ମହାନଦୀ ଏବଂ ହୀରାକୁଦ ଜଳଭଣ୍ଡାର ଥାଇ ବି ଚାଷୀଙ୍କୁ ପାଣି ମିଳିପାରୁ ନାହିଁ । ରାଜ୍ୟ ସରକାର ପିଏମ କିଷାନ ଯୋଜନା ଲାଗୁ କରିପାରିଲେ ନାହିଁ । ବିଜେଡି ସରକାର କେବଳ ଅଧା ତାଲିକା ପଠାଇଛି । ସେଥିପାଇଁ ରଜ୍ୟର ୮ ଲକ୍ଷ ଚାଷୀଙ୍କ ନିକଟରେ ଟଙ୍କା ପହଂଚିଛି ।
ରେମେଡ ଠାରେ ଆୟୋଜିତ ମୋଦୀଙ୍କ ବିଜୟ ସଂକଳ୍ପ ସଭାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିତେଶ ଗଙ୍ଗଦେବ, ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଜୟନାରାୟଣ ମିଶ୍ର, ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଶଂସକ ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ଓ ସୁନ୍ଦରଗଡ଼ରୁ ଭାରତୀୟ ଜନତା ପାର୍ଟିର ଲକ୍ଷାଧିକ କାର୍ଯ୍ୟକର୍ତ୍ତା, ସମର୍ଥକମାନେ ଉତ୍ସାହର ସହିତ ଯୋଗ ଦେଇଥିଲେ । ସେମାନେ ଓଡ଼ିଶାର ପ୍ରଗତି ପାଇଁ କ’ଣ ଦରକାର ତାହା ନରେନ୍ଦ୍ର ମୋଦୀଙ୍କ ଠାରୁ ଆଶା ରଖିଛନ୍ତି ।
ଭୁବନେଶ୍ୱରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଆୟୋଜିତ ରୋଡ ଶୋ’ରେ ଯୋଗଦେବା ପରେ ବିଜୟ ସଂକଳ୍ପ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ । ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଂଚିବା ପରେ ମୋଦୀଙ୍କ ଏୟାରପୋର୍ଟ ଛକ, ଗଙ୍ଗନଗର ଛକ, ଓୟୁଏଯି ଛକ ଓ ଶିରିପୁର ଛକ, ସିଟି ମହିଳା ମହାବିଦ୍ୟାଳୟ ପାଖ ଦେଇ ବରମୁଣ୍ଡା ଶିବ ମନ୍ଦିର ଦେଇ ବରମୁଣ୍ଡାରେ ପହଂଚିବେ । ମୋଦୀ ୪ କିଲୋମିଟର ରୋଡ ଶୋ’ କରିବା ପରେ ସଭାରେ ଉଦବୋଧନ ଦେବେ ।