କ୍ରିକେଟ ବିଶ୍ୱକପ ୨୦୧୯: ଭାରତୀୟ ଦଳ ଘୋଷିତ

0 737

ମୁମ୍ବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆଗାମୀ ମେ’ ମାସ ୩୦ରୁ ଇଂଲଣ୍ଡରେ ଆରାମ୍ଭ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବିଶ୍ୱ କପ ପାଇଁ ଭାରତୀୟ ଟିମ ସୋମବାର ଘୋଷଣା କରିଛି । ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ୫ସଦସ୍ୟ ଚୟନ କମିଟିି ମୁମ୍ବାଇରେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଟିମର ୧୫ ଜଣ ଖେଳାଳିଙ୍କ ନାମ ଘୋଷଣା କରିଛି । ବିସିସିଆଇ ଦିନେଶ କାର୍ତ୍ତିକଙ୍କୁ ଦ୍ୱିତୀୟ ୱେକେଟକିପର ଭାବରେ ଚୟନ କରିଛି । ସେହିପରି ଋଷଭ ପନ୍ତଙ୍କୁ ଟିମରେ ସ୍ଥାନ ମିଳିପାରିନାହିଁ ।
ଓପନର ବ୍ୟାଟ୍ସମ୍ୟାନ: ରୋହିତ ର୍ଶମା, ଶିଖର ଧାୱନ, କେ ଏଲ ରାହୁଲ
ମଧ୍ୟ କ୍ରମର ଖେଳାଳି: ବିରାଟ କୋହଲି, କେଦାର ଯାଦବ
ୱେକେଟକିପର: ଏମଏସ ଧୋନୀ, ଦିନେଶ କାର୍ତ୍ତିକ
ଅଲରାଉଣ୍ଡର: ର୍ହାଦ୍ଦିକ ପାଣ୍ଡ୍ୟା, ବିଜୟ ଶଙ୍କର
ସ୍ପିନ ବୋଲର: ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା
ଦ୍ରୁତ ବୋଲର: ଯଶପ୍ରୀତ ବୁମରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର

Leave A Reply