ଭୁବନେଶ୍ୱର ..- ସହରାଞ୍ଚଳ ପାନୀୟ ଜଳଯୋଗାଣ .- ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ଜିଲ୍ଲାର ସହରାଞ୍ଚଳ ଜଳଯୋଗାଣ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ଥିବା ଜନସ୍ୱାସ୍ଥ୍ୟ ବିଭାଗର ବୈଷୟିକ ବିଶେଷଜ୍ଞ ଓ କୁଶଳୀ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ବାତ୍ୟା ପ୍ରଭାବିତ ଅଞ୍ଚଳରେ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇଛି । ଉଚ୍ଚଶକ୍ତିସଂପନ୍ନ ୨୧୪ଟି ଡିଜି ସେଟ୍, ୩୯୯ଟି ୱାଟର ଟ୍ୟାଙ୍କର ଏବଂ ୧୦୨୯ଟି ପିଭିସି ଟ୍ୟାଙ୍କ ବ୍ୟବହାର କରାଯାଇ ପ୍ରଭାବିତ ଅଞ୍ଚଳରେ ବାତ୍ୟା ପୂର୍ବରୁ ଜଳଯୋଗାଣ ପରିମାଣ ଯାହାଥିଲା, ସେତିକି ପରିମାଣର ଜଳଯୋଗାଣର ବନ୍ଦୋବସ୍ତ କରାଯାଇଛି ।
ଭୁବନେଶ୍ୱର, କଟକ, ପୁରୀ, ଖୋର୍ଦ୍ଧା, ନିମାପଡ଼ା, ଜଟଣୀ, କୋଣାର୍କ ସହରାଞ୍ଚଳରେ ଶତପ୍ରତିଶତ ଜଳଯୋଗାଣ ହାସଲ କରାଯାଇ ପାରିଛି । ୨୪ଟି ଉଚ୍ଚଶକ୍ତିସଂପନ୍ନ ଡିଜି ଜେନ୍ସେଟ୍, ୫୪ ଗୋଟି ୱାଟର ଟ୍ୟାଙ୍କର ଏବଂ ୫୪ଟି ପିଭିସି ଟ୍ୟାଙ୍କ ଉପଯୋଗ କରାଯାଇ ପୁରୀରେ ଶତପ୍ରତିଶତ ଜଳଯୋଗାଣ ସୁନିଶ୍ଚିତ କରାଯାଇଛି । ପ୍ରକାଶ ଥାଉକି ବାତ୍ୟା ପୂର୍ବରୁ ୨୮ ଏମ୍ଏଲ୍ଡି ପାନୀୟ ଜଳ ପୁରୀ ସହରାଞ୍ଚଳରେ ଆବଶ୍ୟକ ହୋଇଥାଏ ।
ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୨୩୦ ଏମ୍ଏଲ୍ଡି ପାନୀୟ ଜଳ ଆବଶ୍ୟକ ହେଉଥିବାବେଳେ ୧୦୮ଗୋଟି ଡିଜି ଜେନ୍ସେଟ୍, ୧୪୫ଟି ୱାଟର ଟ୍ୟାଙ୍କର ଏବଂ ୬୦୦ଟି ପିଭିସି ଟ୍ୟାଙ୍କ ଉପଯୋଗ କରି ମହାନଗର ନିଗମ ଅଞ୍ଚଳର ସମସ୍ତ ୱାର୍ଡକୁ ଜଳଯୋଗାଣ କରାଯାଇପାରିଛି । ବାତ୍ୟା ସଂଘଟିତ ହେବାର ଚାରିଦିନ ମଧ୍ୟରେ ପ୍ରାୟ ୧୦ ଲକ୍ଷ ଲୋକ ଏହା ଦ୍ୱାରା ଉପକୃତ ହୋଇପାରିଛନ୍ତି ।
ସେହିଭଳି କୋଣାର୍କରେ ୨ଟି ଉଚ୍ଚଶକ୍ତିସଂପନ୍ନ ଡିଜି ଜେନ୍ସେଟ୍, ୭ଟି ୱାଟର ଟ୍ୟାଙ୍କର ଏବଂ ୧୫ଟି ପିିଭିସି ଟ୍ୟାଙ୍କ ଉପଯୋଗ କରାଯାଇ ଶତପ୍ରତିଶତ ଜଳଯୋଗାଣ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇପାରିଛି । ପ୍ରକାଶ ଥାଉକି ବାତ୍ୟା ପୂର୍ବରୁ କୋଣାର୍କ ସହରାଞ୍ଚଳରେ ୦.୯୯ ଏମ୍ଏଲ୍ଡି ପାନୀୟ ଜଳ ଆବଶ୍ୟକ ହୋଇଥାଏ ।
ନିମାପଡ଼ାରେ ୧.୧୫ ଏମ୍ଏଲ୍ଡି ପାନୀୟ ଜଳ ଆବଶ୍ୟକ ହୋଇଥାଏ । ଜଳଯୋଗାଣର ଭିତ୍ତିଭୂମିକୁ ମରାମତିପୂର୍ବକ ୩ଗୋଟି ଉଚ୍ଚଶକ୍ତିସଂପନ୍ନ ଡିଜି ସେଟ୍, ୭ ଗୋଟି ୱାଟର ଟ୍ୟାଙ୍କର ଏବଂ ୫ଟି ପିଭିସି ଟ୍ୟାଙ୍କ ମାଧ୍ୟମରେ ଜଳଯୋଗାଣ ବ୍ୟବସ୍ଥାକୁ ପୁନରୁଦ୍ଧାର କରାଯାଇପାରିଛି । ଏହା ଦ୍ୱାରା ନିମାପଡ଼ାରେ ଶତପ୍ରତିଶତ ଜଳଯୋଗାଣ ବ୍ୟବସ୍ଥା ନିଶ୍ଚିତ କରାଯାଇପାରିଛି ।
ଖୋର୍ଦ୍ଧା ସହରାଞ୍ଚଳରେ ଦୈନନ୍ଦିନ ୮.୯୧ ଏମ୍ଏଲ୍ଡି ପାନୀୟ ଜଳ ଆବଶ୍ୟକ ହେଉଥିବାବେଳେ ଗତକାଲିଠାରୁ ଜଳଯୋଗାଣ ପ୍ରକଳ୍ପଗୁଡ଼ିକୁ ସେସୁ ଦ୍ୱାରା ବିଦୁ୍ୟତ ସଂଯୋଗ କରାଯାଇ ଏବଂ ୧୦ଗୋଟି ଉଚ୍ଚକ୍ଷମତାସଂପନ୍ନ ଡିଜି ଜେନ୍ସେଟ୍, ୧୧ଟି ୱାଟର ଟ୍ୟାଙ୍କର ଏବଂ ୪୦ରୁ ଊଦ୍ଧ୍ୱର୍ ପିଭିସି ଟ୍ୟାଙ୍କ ମାଧ୍ୟମରେ ସହରାଞ୍ଚଳବାସୀଙ୍କୁ ଜଳଯୋଗାଣ କରାଯାଇ ଶତପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇପାରିଛି । ଜଟଣୀ ସହରରେ ଦୈନନ୍ଦିନ ୮.୯୫ ଏମ୍ଏଲ୍ଡି ପାନୀୟ ଜଳ ଆବଶ୍ୟକ ହେଉଥିବାବେଳେ ଗତକାଲିଠାରୁ ସେସୁ ଦ୍ୱାରା ଜଳଯୋଗାଣ ପ୍ରକଳ୍ପଗୁଡ଼ିକୁ ବିଦୁ୍ୟତ ସଂଯୋଗ କରାଯାଇ ଏବଂ ୫ଟି ଉଚ୍ଚ କ୍ଷମତାସଂପନ୍ନ ଡିଜି ଜେନ୍ସେଟ୍, ୧୩ଟି ୱାଟର ଟ୍ୟାଙ୍କର ଏବଂ ୪୦ରୁ ଊଦ୍ଧ୍ୱର୍ ପିଭିସି ଟ୍ୟାଙ୍କ ମାଧ୍ୟମରେ ସହରାଞ୍ଚଳବାସୀଙ୍କୁ ଶତପ୍ରତିଶତ ପାନୀୟ ଜଳ ଯୋଗାଇ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.