ଳପଥର ଆମ୍ବୁଲାନ୍ସ ସେବା ଆରମ୍ଭ
ମାଓ ପ୍ରଭାବିତ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଜଳପଥର ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ସ୍ୱାଧୀନତାର ଦୀର୍ଘ ୭୦ ବର୍ଷ ପରେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳବାସୀ ସ୍ୱାସ୍ଥ୍ୟସେବା ପାଇବା ଆଶା ଉଜ୍ଜ୍ୱଳ ହୋଇଛି ।
ବିଚ୍ଛିନ୍ନାଞ୍ଚଳର ୩ଟି ପଞ୍ଚାୟତରେ ବାସ କରୁଥିବା ହଜାର ହଜାର ଆଦିବାସୀଙ୍କ ପାଇଁ ସରକାର ଗତକାଲି ୧୦୮ ଜଳ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି । ଏହି ଜଳ ଆମ୍ବୁଲାନ୍ସ ଚିତ୍ରକୋଣ୍ଡା ସିଲ୍ୱେ ଲଞ୍ଚ୍ ଘାଟରୁ ବାହାରି ଯନ୍ତ୍ରି, ଅଣ୍ଡ୍ରାପାଲି, ପଣସପୁଟ ପଞ୍ଚାୟତର ସମସ୍ତ ଗ୍ରାମକୁ ଯିବା ସହ ରୋଗୀମାନଙ୍କୁ ଲଞ୍ଚ୍ ଘାଟ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଅନ୍ୟ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ତଥା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ । ଏହି ଉନ୍ନତମାନର ଜଳ ଆମ୍ବୁଲାନ୍ସ ସେବା ଦ୍ୱାରା ବିଚ୍ଛିନ୍ନାଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।