ବେଦାନ୍ତ ପକ୍ଷରୁ ସାରା ଗ୍ରୁପ୍‌ରେ ଅଙ୍ଗାରକାମ୍ଳ ନିରପେକ୍ଷତା ଓ ଇଏସ୍‌ଜି ଶ୍ରେଷ୍ଠ ବ୍ୟବସ୍ଥା ଲାଗୁ କରିବାକୁ ସଂକଳ୍ପ

0 1,228

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ପ୍ରାକୃତିକ ସମ୍ପଦ କଂପାନି ବେଦାନ୍ତ ପକ୍ଷରୁ ପାଣିପାଗ ପରିବର୍ତନ ଉପରେ ଆୟୋଜିତ ଦ୍ୱିତୀୟ ଭାରତ ସିଇଓ ଫୋରମ୍‌ରେ ପାଣିପାଗ ପରିବର୍ତନକୁ ନେଇ ଏକ ଘୋଷଣାନାମାରେ ସ୍ୱାକ୍ଷର କରାଯାଇଛି । ଏହି ଲକ୍ଷ୍ୟ ଦେଶକୁ ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ଆଡ଼କୁ ନେଇଯିବ । ଅକ୍ଷୟ ଶକ୍ତିର ପ୍ରସାର, ଉନ୍ନତ ଶକ୍ତି ମିତବ୍ୟୟିତା, ଜଳର ପ୍ରଭାବୀ ପ୍ରକ୍ରିୟାକରଣ, ସବୁଜ ପରିବହନ, ଯୋଜନାବଦ୍ଧ ବନୀକରଣ ଏବଂ ବର୍ଜ୍ୟ ପରିଚାଳନା ଓ ରିସାଇକ୍ଲିଂ ଭଳି ବ୍ୟବସ୍ଥା ଗ୍ରହଣ କରି ଏହି ଲକ୍ଷ୍ୟ ହାସଲ କରାଯିବ ।
ପାଣିପାଗ ପରିବର୍ତନ ଉପରେ ଆୟୋଜିତ ସିଇଓ ଫୋରମ୍‌କୁ ଶ୍ରୀଯୁକ୍ତ ପ୍ରକାଶ ଜାବଡେକର, ମାନ୍ୟବର ମନ୍ତ୍ରୀ, ପରିବେଶ, ଜଙ୍ଗଲ ଓ ପାଣିପାଗ ପରିବର୍ତନ, ସୂଚନା ଓ ପ୍ରସାରଣ, ଭାରି ଶିଳ୍ପ ଓ ସାଧାରଣ ଉଦ୍ୟୋଗ ସମ୍ବୋଧିତ କରିଥିଲେ ।
ବେଦାନ୍ତ ଗ୍ରୁପ୍‌ର ସିଇଓ ଶ୍ରୀଯୁକ୍ତ ସୁନିଲ ଦୁଗଲ୍‌ କହିଛନ୍ତି ଯେ, “ଶୂନ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ଦିଗରେ କାର୍ଯ୍ୟ କରିବା ଓ ଅଙ୍ଗାକାମ୍ଳକୁ କମ୍‌ କରିବା ଲାଗି ସରକାରଙ୍କ ଅଭିଯାନକୁ ଆମେ ଏକ କଂପାନି ଭାବେ ପୂର୍ଣ୍ଣ ସମର୍ଥନ ଦେଉଛୁ । ବେଦାନ୍ତରେ ଆମର ଶୂନ କ୍ଷତ, ଶୂନ ବର୍ଜ୍ୟ ଏବଂ ଶୂନ ଡିସଚାର୍ଜ ଦର୍ଶନ ରହିଛି । ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ମନୋଭାବ ଅନୁସାରେ ଆମେ ଆସନ୍ତା ଦଶନ୍ଧୀରେ ଆମ ପରିଚାଳନାରେ ଅଙ୍ଗାରକାମ୍ଳ ନିର୍ଗମନକୁ ଉଲ୍ଲେଖନୀୟ ଭାବେ ହ୍ରାସ କରିବା ପଥରେ ରହିଛୁ । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ପାଇଁ ମୁଁ ଭାରତ ସରକାରଙ୍କୁ ଅଭିନନ୍ଦନ ଜଣାଉଛି ଏବଂ ନିଶ୍ଚିତ ପ୍ରତିଶ୍ରୁତି ଦେଉଛି ଯେ ଅଙ୍ଗାରକାମ୍ଳ ପ୍ରତିବଦ୍ଧତା ହାସଲ କରିବା ଲାଗି ପୂର୍ଣ୍ଣ ସହାୟତା ପ୍ରଦାନ କରିବୁ ।’’
ବେଦାନ୍ତ କଂପାନି ଭୀତରେ ଥିବା କାର୍ବନ ଫୋରମ୍‌ ଓ ଇନୋଭେସନ୍‌ ସେଲ୍‌ରେ ରହିଛନ୍ତି ବିଶ୍ୱସ୍ତରୀୟ ବିଶେଷଜ୍ଞ ଯେଉଁମାନେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବାରେ କଂପାନିକୁ ସହାୟତା ପ୍ରଦାନ କରିବା ଲାଗି କାମ କରୁଛନ୍ତି । ଦାୟିତ୍ୱବାନ୍‌ ଖଣି ଖନନ ଉପରେ ନିରନ୍ତର ଗୁରୁତ୍ୱ ଯୋଗୁଁ ୨୦୨୦ ମାର୍ଚ ସୁଦ୍ଧା କଂପାନି ସଫଳତାର ସହ ୨୦୧୨ ସ୍ତର ଠାରୁ ଗ୍ରିନ୍‌ ହାଉସ ଗ୍ୟାସ୍‌ ନିର୍ଗମନକୁ ୧୪ଧ ହ୍ରାସ କରିଛି । ଏହା ପରିବେଶରୁ ୯ ନିୟୁତ ଟନ୍‌ରୁ ଅଧିକ ଅଙ୍ଗାରକାମ୍ଳ ହ୍ରାସ କରିବାରେ ସହାୟକ ହୋଇଛି । ସେମାନେ ଗତବର୍ଷ ୫୮୨ ନିୟୁତ ୟୁନିଟ୍‌ ଅକ୍ଷୟ ଶକ୍ତି ଉତ୍ପାଦନ କରିଛନ୍ତି ଏବଂ ୩ ବର୍ଷରେ ୬ ନିୟୁତ ଗିଗା ଜୁଲ୍‌ ଶକ୍ତି ସଂଚୟ କରିଛନ୍ତି । ଶକ୍ତି ସଂରକ୍ଷଣକୁ ନେଇ ବିଭିନ୍ନ ସ୍ଥାନରେ ୭୦ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । ଏହା ବ୍ୟତୀତ ଭାରତର ୫ଟି ରାଜ୍ୟରେ ୪୦ ମେଗାୱାଟ୍‌ର ସୌର ପ୍ରକଳ୍ପ, ୨୭୪ ମେଗାୱାଟ୍‌ର ପବନ କଳ ସ୍ଥାପନ କରିଛନ୍ତି । ବେଦାନ୍ତ ଧାତବ ଏବଂ ଖଣି ବର୍ଗ ର‌୍ୟାଙ୍କିଙ୍ଗ୍‌ରେ ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳରେ ଦ୍ୱିତୀୟ ରହିଥିବା ବେଳେ ଏହାର ସହଯୋଗୀ ସଂସ୍ଥା ଏଚ୍‌ଜେଡ୍‌ଏଲ୍‌ ପ୍ରଥମ ସ୍ଥାନରେ ରହିଛି ।

Leave A Reply