ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା
ପ୍ରତିଷେଧକ ଟିକା ଦିଆଯିବ

0 95

ଦେଶରେ ୧୨ରୁ ୧୪ ବର୍ଷ ବର୍ଗର ପିଲାମାନଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯିବ । ଆସନ୍ତା ୧୬ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ
ହେବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍‍ ମାଣ୍ଡବୀୟ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହି ପର୍ଯ୍ୟାୟରେ ୧୨ରୁ ୧୩ ଏବଂ ୧୩ରୁ ୧୪ ବର୍ଷ ବୟସ
ବର୍ଗର ପିଲାମାନଙ୍କୁ ଟିକା ଦିଆଯିବ ।

ଏହାଛଡ଼ା ୬୦ ବର୍ଷରୁ ଊଦ୍ଧ୍ୱର୍ ବ୍ୟକ୍ତିମାନଙ୍କୁ ବୁଷ୍ଟର୍‍ ଡୋଜ୍‍ ଦିଆଯିବ । ସୂଚନା ଅନୁସାରେ ଗତ ସପ୍ତାହରେ ୫ରୁ ୧୨ ବର୍ଷ ବୟସର ପିଲାମାନଙ୍କୁ ଟିକା ଦେବାଲାଗି ବାୟୋଲୋଜିକାଲ୍‍ ଇ-କମ୍ପାନୀ ପକ୍ଷରୁ କୋଭୋଭାକ୍ସ ଟିକାକୁ ଅନୁମତି ଦେବା ନିମନ୍ତେ
ଆବେଦନ କରାଯାଇଛି ।

Leave A Reply