ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ଯାତ୍ରୀବାହୀ ବସ୍ ଚଳାଚଳ ଉପରେ କଟକଣା ଲାଗୁ କରିବାକୁ ପରିବହନ ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି । ଗାଇଡ୍ଲାଇନ୍ ଅନୁସାରେ ପୂର୍ବାହ୍ନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ସମସ୍ତ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ୍ ରହିବ । ବସ୍ରେ ପାନୀୟ
ଜଳ, ବରଫ ଓ ଓ.ଆର୍.ଏସ୍. ମହଜୁଦ୍ ରଖିବାପାଇଁ ପରାମର୍ଶ ଦିଆଯାଇଛି ।
ବସ୍ ରହଣି ସ୍ଥାନଗୁଡ଼ିକରେ ଜଳଛତ୍ରର ବ୍ୟବସ୍ଥା କରିବାକୁ କୁହାଯାଇଛି । ଏଥିସହ ବସ୍ରେ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।