ଭୁବନେଶ୍ୱର – କରୋନା ଭୂତାଣୁ ସଂକ୍ରମଣ ଦେଶବ୍ୟାପୀ ଏକ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବା ସମୟରେ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି । ଏହି କ୍ରମରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ପକ୍ଷରୁଲକ୍ଡାଉନ୍ ଘୋଷଣା କରାଯାଇଛି । ଏହିସବୁ ଜିଲ୍ଲାରେ କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବା ବନ୍ଦ ରହିବ ।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଦେଶରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ବନ୍ଦ ରଖାଯିବାକୁ ରେଳବିଭାଗର ଏକ ଜରୁରୀ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସେହିଭଳି ଦେଶବ୍ୟାପୀ ଆନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ
କଟକଣା ଲାଗୁ କରାଯାଇଛି । ତେବେ ମାଲ୍ ପରିବହନ କରୁଥିବା ଗାଡ଼ିଗୁଡ଼ିକୁ କଟକଣାମୁକ୍ତ କରାଯାଇଛି ।
କରୋନା ଭୂତାଣୁ ସଂକ୍ରମଣର ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ କେତେକ ଜିଲ୍ଲା ଓ ସହର ପାଇଁ ଲକ୍ଡାଉନ୍ ଘୋଷଣା କରିଛନ୍ତି । ଆଜି ଲକ୍ଡାଉନ୍ର ଦ୍ୱିତୀୟ ଦିନରେ
ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ୮ଟି ସହର ମଧ୍ୟରେ ସମ୍ବଲପୁର,ଝାରସୁଗୁଡା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁରଟାଉନ୍ ଓ
ଯାଜପୁର ରୋଡ଼ ରହିଛି । ଆଜି ଲକ୍ଡାଉନ୍ର ଦ୍ୱିତୀୟ ଦିନରେ ପୁଲିସ ଓପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାପକ ବ୍ୟବସ୍ଥା କରାଯାଇଛି ।