ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ ପକ୍ଷରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜିତ

123

ବାଲେଶ୍ୱର: ଉତର ଓଡ଼ିଶାରେ ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ମୟୁରଭଞ୍ଜ ଜିଲ୍ଲା ଅଧୀନସ୍ଥ ୧୫୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓଡ଼ିଶା ସରକାରଙ୍କ ମାନ୍ୟବର କ୍ୟାବିନେଟ ମନ୍ତ୍ରୀ-ଶକ୍ତି ଓ ଏମ୍‌ଏସ୍‌ଏମ୍‌ଇ ଶ୍ରୀ ପ୍ରତାପ କେଶରୀ ଦେବ ଶାଢ଼ି, ବ୍ୟାଜ୍ ଓ ପରିଚୟପତ୍ର ବଂଟନ କରିଛନ୍ତି । ବାଲେଶ୍ୱରର ନୋସି ବିଜନେସ୍ ପାର୍କରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏହି ଅବସରରେ ସାମିଲ ଥିବା ଅନ୍ୟ ବିଶିଷ୍ଟ ଅତିଥିମାନେ ହେଉଛନ୍ତି ଭୋଗରାଇର ବିଧାୟକ ଶ୍ରୀ ଅନନ୍ତ ଦାସ, ରେମୁଣାର ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ପରିଷଦ ସଭାପତି ନାରାୟଣ ଚନ୍ଦ୍ର ପ୍ରଧାନ, ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର, ବାଣିଜ୍ୟ ଓ ସିଏସ୍‌ଆର୍ ମୁଖ୍ୟ ଶ୍ରୀ ଦୁଷ୍ୟନ୍ତ କୁମାର ତ୍ୟାଗି, ସିଏସ୍‌ଆର୍ ମୁଖ୍ୟ ଶ୍ରୀ ଦିଲ୍ଲୀପ କୁମାର ସାହୁ, ଏଜିଏମ୍ ଇଲେକ୍ଟ୍ରିକାଲ୍ ଶ୍ରୀ କ୍ଷୀରୋଦ କୁମାର ବେହେରା, ପିଆରଓ ଶ୍ରୀ ଚିତରଂଜନ ପ୍ରଧାନ ଏବଂ କଂପାନିର ଅନ୍ୟ ବରିଷ୍ଠ ଅଧିକାରୀମାନେ ।
ଟିପିଏନ୍‌ଓଡିଏଲ୍ ପକ୍ଷରୁ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ୩୨୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ନିୟୋଜିତ କରାଯାଇଛି ଯାହା ଏହି ଅଭିଯାନରେ ୬୪୦ ମହିଳାଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୩୬୦୦ ମହିଳାଙ୍କୁ ପରୋକ୍ଷ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି । ଉର୍ଜା ଶଖି ଭାବେ ପରିଚିତ ଏହି ମହିିଳାମାନଙ୍କୁ ଗ୍ରାହକ କୈନ୍ଦ୍ରୀକ କାର୍ଯ୍ୟ ଯଥା ମିଟର ରିଡିଂ, ବିଲିଂ ଓ କଲେକ୍ସନ (ଏମ୍‌ବିସି) କାର୍ଯ୍ୟକଳାପ ଉପରେ ଡିଜିଟାଲ ପ୍ରଯୁକ୍ତି ଓ ଜ୍ଞାନ ଜରିଆରେ ଜୀବନଜୀବିକା ଦକ୍ଷତା ପ୍ରଦାନ କରାଯାଉଛି ।
“ଏହି ଅଭିଯାନ ଜରିଆରେ ମହିଳାଙ୍କୁ ସାହାଯ୍ୟ କରୁଥିବାରୁ ଟିପିଏନ୍‌ଓଡିଏଲ୍‌କୁ ମୁଁ ଧନ୍ୟବାଦ ଜଣାଉଛି । ଏହି ସ୍ୱତନ୍ତ୍ର ଅଭିଯାନ ହେଉଛି ମହିଳା ସଶକ୍ତୀକରଣ ଓ ରାଷ୍ଟ୍ର ବିକାଶ ଦିଗରେ ଏକ ପଦକ୍ଷେପ ବୋଲି ଓଡ଼ିଶା ସରକାରଙ୍କ ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ-ଶକ୍ତି, ଶିଳ୍ପ ଓ ଏମ୍‌ଏସ୍‌ଏମ୍‌ଇ ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି ।’’
“ଟିପିଏନ୍‌ଓଡିଏଲ୍ ସଶକ୍ତୀକରଣ ଓ ସାମାଜିକ ଉଦ୍ୟମିତା ପ୍ରତି ପ୍ରତିବଦ୍ଧ ରହିଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସମ୍ବର୍ଦ୍ଧିତ କରି ଆମେ ଅତ୍ୟନ୍ତ ଆନନ୍ଦିତ । ମିଟର ରିଡିଂ, ବିଲିଂ ଓ କଲେକ୍ସନ (ଏମ୍‌ବିସି) ଯେକୌଣସି ବିଦ୍ୟୁତ ବଂଟନ କଂପାନି ପାଇଁ ତାହାର ପୂର୍ଣ୍ଣ କ୍ଷମତାରେ ପରିଚାଳିତ ହେବା ଲାଗି ଗୁରୁତ୍ୱପୂର୍ଣ୍ଣ ଉପକରଣ ଏବଂ ମିଟର ରିଡିଂ ଓ ବିଲିଂରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିଷ୍ଠାପର ଉଦ୍ୟମ ବେଶ ପ୍ରଶଂସନୀୟ ଓ ଉଦାହରଣ ସୃଷ୍ଟିକାରୀ ବୋଲି ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭାସ୍କର ସରକାର କହିଛନ୍ତି ।’’

Comments are closed, but trackbacks and pingbacks are open.