କୋଭିଡ ସଂକ୍ରମଣ ବୃଦ୍ଧିର ନିର୍ଦ୍ଧିଷ୍ଟ କାରଣ ଆଧାରରେ ରଣକୌଶଳ କରିବାକୁ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ

0 4,413

ଭୁବନେଶ୍ୱର – କୋଭିଡ ସଂକ୍ରମଣ ବୃଦ୍ଧିର ନିର୍ଦ୍ଧିଷ୍ଟ କାରଣ ଆଧାରରେ ରଣକୌଶଳ ପୁନଃ ନିର୍ଦ୍ଧାରଣ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ସପ୍ତାହର ସ୍ଥିତି ସମ୍ପର୍କରେ କୋଭିଡ ପର୍ଯ୍ୟବେକ୍ଷକ ଓ ଜିଲ୍ଲାପାଳମାନଙ୍କ ସହ ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସମୀକ୍ଷା ଅବସରରେ ସେ ଏହା କହିଛନ୍ତି ।

ସଂକ୍ରମଣ ବୃଦ୍ଧିର ହାର ଓ କାରଣ ବିଭିନ୍ନ ଅଞ୍ଚଳରେ ଦ୍ରୁତ ସଂକ୍ରମଣର ପ୍ରତିରୋଧ ପାଇଁ ସ୍ୱତନ୍ତ୍ର କୌଶଳ ଆବଶ୍ୟକ । ଆସନ୍ତା ସପ୍ତାହକ ମଧ୍ୟରେ ଗ୍ରାମାଞ୍ଚଳରେ ସଂକ୍ରମଣ ବୃଦ୍ଧି ରୋକିବା ନେଇ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ମନରେ ଅଧିକ ସହଯୋଗୀ ମନୋଭାବ ଏବଂ ପ୍ରତିବଦ୍ଧତା ସୃଷ୍ଟି କରିବାକୁ ସେ ଜିଲ୍ଳାପାଳମାନଙ୍କୁ କହିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନର ରଣକୌଶଳ ସଂକ୍ରମଣ ହାର କମାଇବାରେ ସଫଳ ହୋଇଥିବା ସମୀକ୍ଷାରୁ ଜଣାଯାଇଛି ।

ଗଞ୍ଜାମ ଜିଲ୍ଲାପାଳ କହିଥିଲେ, ଘରକୁ ଘର ସର୍ବେକ୍ଷଣ, ବିଭିନ୍ନ ରୋଗରେ ପୀଡିତ ରୋଗୀଙ୍କ ଚିହ୍ନଟ ଓ ପରୀକ୍ଷା, ଲକ୍ଷଣବିହୀନ ପଜିଟିଭ ବ୍ୟକ୍ତିଙ୍କ ସହ ଦୈନିକ ଟେଲିଫୋନରେ ଯୋଗାଯୋଗ, କଣ୍ଟେନମେଣ୍ଟ ଜୋନ୍‍ ବ୍ୟବସ୍ଥା କୋଭିଡ ନିୟନ୍ତ୍ରଣରେ ସହାୟକ ହୋଇଛି ।

Leave A Reply