ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କୁ କରୋନା-ବରିଷ୍ଠ ବି.ଜେ.ପି. ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ
ଭଦ୍ରକ- ଭଦ୍ରକ ଲୋକସଭା ସାଂସଦ ମଞ୍ଜୁଲତା ମଣ୍ଡଳ ଏବଂ ତାଙ୍କ ସ୍ୱାମୀ ତଥା ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଭଦ୍ରକ ବିଧାୟକ ସଞ୍ଜିବ୍ ମଲ୍ଲିକ୍ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଟ୍ୱିଟ୍ କରିଛନ୍ତି । ସେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ପରୀକ୍ଷା କରାଇ ନେବାକୁ ପରାମର୍ଶ ଦେଇଛନ୍ତି ।
ବରିଷ୍ଠ ବି.ଜେ.ପି. ନେତା ଜୟରାମ ପାଙ୍ଗି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସେ ନିଜେ ଟ୍ୱିଟ୍ କରି ଗୃହ ସଙ୍ଗରୋଧରେ ରହିଥିବା ଜଣାଇଛନ୍ତି ।