କାହିଁକି ଟିଡିପି ଏନଡିଏ ଛାଡିଲା ?

0 513

ନୂଆଦିଲ୍ଲୀ :  କେନ୍ଦ୍ରରେ ଶାସନାଧିନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ଯ (ଏନଡିଏ) ସରକାରରୁ ଆନ୍ଧ୍ରପ୍ରଦେଶର ତେଲଗୁଦେଶମ ପାଟିର୍ ସମର୍ଥନ ପ୍ରତ୍ଯାହାର କରିଛି  ଏ ସଂପର୍କରେ ଟିଡିପି ମୁଖ୍ଯ ତଥା ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଦଳର ପଲିଟିବ୍ଯୁରୋ ବୈଠକପରେ ଘୋଷଣା କରିଛନ୍ତି  ଗତ ସପ୍ତାହରେ ଦଳ ଦୁଇ ଏମପି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ  ଆନ୍ଧ୍ରପ୍ରଦେଶକୁ ସ୍ବତନ୍ତ୍ର ପାହ୍ଯା ମିଳୁନଥିବାରୁ ଦଳ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୁଷ୍ଟ ରହିଛି

ଏହା ସହିତ ମୋଦି ସରକାର ବିରୋଧରେ ଆନ୍ଧ୍ରପ୍ରଦେଶର ାଇଏସଆର କଂଗ୍ରେସ ଆଣିଥିବା ଅବିଶ୍ବାସ ମତକୁ ଟିଡିପି ସମର୍ଥନ କରିବାର ସମ୍ଭାବନା ରହିଛି   ଡିଟିପିର ସମର୍ଥନ ପ୍ରତ୍ଯାହାର ସତ୍ତ୍ବେ କେନ୍ଦ୍ର ସରକାରଙ୍କ ପ୍ରତି କୌଣସି ବିପଦ ନାହିଁ  ଟିଡିପିର ଲୋକସଭାରେ 16 ସଦସ୍ଯ ଥିବାବେଳେ ବିଜେପିର 275 ସଦସ୍ଯ ଅଛନ୍ତି

ତେବେ ଏଠାରେ ପ୍ରଶ୍ନ ଉଠେ ଯେ କେବଳ ସ୍ବତନ୍ତ୍ର ରାଜ୍ଯ ପାହ୍ଯାକୁ ନେଇ କଣ ଟିଡିପି ଏନଡିଓ ଛାଡିଛି ନା ଆଉ କିଛି କାରଣ ରହିଛ ?  ରାଜନୈତିକ ବିଶ୍ଳେଷକଙ୍କ ମତରେ ଆନ୍ଧ୍ର ପ୍ରଦେଶରେ ଆସନ୍ତା ବର୍ଷ ନର୍ିବାଚନ ଥିବାବେଳେ ଜଗନମୋହନ ରେଡ୍ଡୀଙ୍କ ାଇଏସଆର କଂଗ୍ରେସର ଲୋକପ୍ରିୟତା ବଢିଚାଲିଛି  ଏହାକୁ ନେଇ ଟିଡିପି ଉପରେ ଚାପ ବଢୁଛି  ସ୍ବତନ୍ତ୍ର ରାଜ୍ଯ ପ୍ରସଙ୍ଗକୁ ନେଇ  ାଇଏସଆର କଂଗ୍ରେସ ରାଜ୍ଯବ୍ଯାପୀ ଆନ୍ଦୋଳନ ଚଳାଇଛି  ଏହାଦ୍ବାରା ଜନମତ ଧୀରେ ଧୀରେ ଟିଡିପି ବିପକ୍ଷରେ ଯାଉଛି  ଗତକାଲି  ାଇଏସଆର କଂଗ୍ରେସ କେନ୍ଦ୍ର ସରକାରଙ୍କ ବିରୋଧରେ  ଅବିଶ୍ବାସ ମତ ଆଣିବା ପରେ ଏନଡିଓ ଛାଡିବା ଛଡା ଟିଡିପି ପାଇଁ ଆଉ କୌଣସି ବାଟ ନଥିଲା

ଅନ୍ଯପକ୍ଷରେ ବିଜେପି ମଧ୍ୟ ଅକଳରେ ପଡିଯାଇଛି  ଦେଶରେ ଏବେ 21ଟି ରାଜ୍ଯରେ ବିଜେପି ସରକାର ଅଛି  ଯଦି ଆନ୍ଧ୍ରକୁ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ଦିଆଯାଏ, ତେବେ ବିହାର ମଧ୍ୟ ମାଗିବ , ଉତ୍ତରପ୍ରଦେଶରେ ମଧ୍ୟ ଚାପ ପଡିବ  ଏହାକୁ ନେଇ ଅନ୍ଯ ରାଜ୍ଯମାନଙ୍କରେ ଅସନ୍ତୋଷ ବଢିବ, ଆସନ୍ତା ବର୍ଷ ସାଧାରଣ ନର୍ିବାଚନ ପୂର୍ବରୁ ଏପରି କୌଣସି ବିବାଦରେ ଫସିବାକୁ ଚାହଁୁନି ବିଜେପି

 

Leave A Reply