ଭୁବନେଶ୍ୱର: ଟାଟା ଷ୍ଟିଲ୍ ପକ୍ଷରୁ ଏହାର କଳିଙ୍ଗ ନଗର କାରଖାନା ପାଇଁ ସ୍ୱତନ୍ତ୍ର ଭାବେ ଓଡ଼ିଶା ରାଜ୍ୟରେ ବସବାସ କରୁଥିବା ପ୍ରାର୍ଥୀମାନଙ୍କ ଠାରୁ ଟ୍ରେଡ୍ ଆପ୍ରେନ୍ଟିସ୍ ଆବେଦନ ଆହ୍ୱାନ କରାଯାଇଛି।
ବର୍ତମାନର ନିଯୁକ୍ତିର ଦେଖାଶୁଣା କରୁଥିବା ଟାଟା ଷ୍ଟିଲ୍ର କାପାବିଲିଟି ଡେଭେଲପ୍ମେଂଟ୍ ଡିପାର୍ଟମେଂଟ୍ (ଦକ୍ଷତା ବିକାଶ ବିଭାଗ) ତରଫରୁ ମେଟ୍ରିକ୍ ଏବଂ ଆଇଟିଆଇ ପାସ୍ କରିଥିବା ପ୍ରାର୍ଥୀଙ୍କ ଠାରୁ www.tatasteel.com/careersରେ ଥିବା କରେଂଟ୍ ଓପୋନିଂ ପେଜ ଥିବା ଆପ୍ଲାଏ ଫର ଜବ୍ସ/ଇଟର୍ନସିପ୍ (apply for jobs/internship)ରେ ଅନଲାଇନ୍ ୨୦୧୯ ମେ’ ୧୩ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯାଉଛି। (ବିକଳ୍ପ ଲିଙ୍କ୍: http:203.197.12.30/recruit/Applist.aspx)ଶିକ୍ଷାଗତ ଯୋଗ୍ୟତା ଏବଂ ଅନ୍ୟାନ୍ୟ ଯୋଗ୍ୟତାର ସମ୍ପୂର୍ଣ୍ଣ ବିବରଣୀ ୱେବସାଇଟ୍ରେ ପ୍ରଦାନ କରାଯାଇଛି।
ଯେଉଁ ପ୍ରାର୍ଥୀମାନଙ୍କ ଆବେଦନ ଗ୍ରହଣୀୟ ହେବ ସେମାନଙ୍କୁ ୨୦୧୯ର ଜୁନ୍ ୮-୧୫ ତାରିଖ ମଧ୍ୟରେ ଏକ ଅନଲାଇନ୍ ଲିଖିତ ପରୀକ୍ଷା ଦେବାକୁ ପଡ଼ିବ ଏବଂ ଏହା ପରେ ବ୍ୟକ୍ତିଗତ ସାକ୍ଷାତକାର ଓ ମେଡିକାଲ୍ ପରୀକ୍ଷା ହେବ। ପ୍ରାର୍ଥୀମାନଙ୍କ ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ପ୍ରଦର୍ଶନ ବା ମେରିଟ୍ ଅନୁସାରେ ସେମାନଙ୍କୁ ଟ୍ରେଡ୍ ଆବଟଂନ କରାଯିବ।
ନିଯୁକ୍ତି ପାଇବାକୁ ଥିବା ପ୍ରାର୍ଥୀମାନଙ୍କୁ ଆପ୍ରେନ୍ଟିସ୍ ନିୟମ ଅନୁଯାୟୀ ତାଲିମ ଅବଧି ସମୟରେ ଷ୍ଟାଇପେଣ୍ଡ୍ ପ୍ରଦାନ କରାଯିବ ଏବଂ ତାଲିମ ଅବଧି ସମୟରେ, ଯଦି ଉପଲବ୍ଧ ଥିବ ତେବେ, ସେମାନଙ୍କୁ ମାଗଣାରେ ହଷ୍ଟେଲ୍ ରହଣୀ ସୁବିଧା ପ୍ରଦାନ କରାଯିବ। ତାଲିମ ଅବଧି ୧ କିମ୍ବା ୨ ବର୍ଷର ହେବ।
ସଫଳତାର ସହ ତାଲିମ ଶେଷ ହେବା ଏବଂ ସର୍ବଭାରତୀୟ ଟ୍ରେଡ୍ ପରୀକ୍ଷାରେ ଉତିର୍ଣ୍ଣ ହେବା ପରେ ପ୍ରାର୍ଥୀମାନଙ୍କୁ ଜାତୀୟ ଟ୍ରେଡ୍ ସାର୍ଟିଫିକେଟ୍ ବା ନ୍ୟାସନାଲ୍ ଟ୍ରେଡ୍ ସାର୍ଟିଫିକେଟ୍ ପ୍ରଦାନ କରାଯିବ।