ମୋଦିଙ୍କୁ ଇସି କ୍ଲିନଚିଟ, କଂଗ୍ରେସ ନିରାଶ

0 511

ନୂଆଦିଲ୍ଲୀ – ଦୁଇଟି ନିର୍ବାଚନ ଆଚରଣବିଧି ଉଲଙ୍ଘନ ମାମଲାରେ ନିର୍ବାଚନ ଆୟୋଗ (ଇସି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ ଦେଇଛି। ଏହି ଦୁଇ କ୍ଲିନଚିଟକୁ ମିଶାଇଲେ ମୋଦିଙ୍କୁ ଇସି ମୋଟ ୮ଟି ମାମଲାରେ କ୍ଲିନଚିଟ ଦେଇଛି।

ଗତ ଏପ୍ରିଲ ୯ରେ ମୋଦି କର୍ଣ୍ଣାଟକରେ ଅନୁଷ୍ଠିତ ଏକ ନିର୍ବାଚନୀ ସଭାରେ କହିଥିଲେ ଯେ ଲୋକମାନେ ବାଲାକୋଟ ହିରୋଙ୍କ ପାଇଁ ଭୋଟ ଦିଅନ୍ତୁ। ମୋଦି ସେନାକୁ ରାଜନୀତି ଭିତରକୁ ଟାଣୁଛନ୍ତି ବୋଲି କଂଗ୍ରେସ ଇସି ନିକଟରେ ଅଭିଯୋଗ କରିଥିଲା। ଅନ୍ୟପକ୍ଷରେ ଏପ୍ରିଲ ୨୩ରେ ଅହମଦାବାଦରେ ଭୋଟ ଦେବା ପରେ ମୋଦି କିଛି ବାଟ ରୋଡସୋ କରିବା ପରେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ। ଏହା ଆଚରଣବିିଧିରର ଉଲ୍ଲଙ୍ଘନ ବୋଲି କଂଗ୍ରେସ ଅଭିଯୋଗ କରିଥିଲା। ଏହାପୂର୍ବରୁ ଇସି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁି ମଧ୍ୟ କ୍ଲିନଚିଟ ଦେଇଥିଲା।

Leave A Reply