Browsing Tag

odisha

ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି

ପଶ୍ଚିମା ଝଡ଼ ପ୍ରଭାବରେ ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଗତ ଦୁଇଦିନ ହେବ ପଶ୍ଚିମଓଡ଼ିଶା ଓ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ମୂଷଳ ବର୍ଷା ସହିତ କୁଆପଥର ଯୋଗୁଁ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆସନ୍ତା ୧୫ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ସହ କୁଆପଥର ବୃଷ୍ଟି ହେବାର ସମ୍ଭାବନା

ଅଦିନିଆ ବର୍ଷା ସାଙ୍ଗକୁ କୁଆପଥର ମାଡ଼ରେ ନବରଙ୍ଗପୁର ଜିଲ୍ଲାର ଚାଷୀମାନେ ପ୍ରବଳ କ୍ଷତିଗ୍ରସ୍ତ ହୋଇଛନ୍ତି । ଜିଲ୍ଲାରେ ଦୁଇ ଦିନ ତଳେ କୁଆ ପଥର ସହ ପ୍ରବଳ ବର୍ଷା ହୋଇଥିଲା । ଗତକାଲି ଅପରାହ୍ଣରେ ମଧ୍ୟ ପ୍ରବଳ କୁଆପଥର ବୃଷ୍ଟି ହୋଇଥିଲା । ସ୍ଥାନେ ସ୍ଥାନେ ୪ରୁ ୫ ଇଞ୍ଚ୍‍ ବହଳର କୁଆପଥର ଜମି

ଦେଶରେ ଏପର୍ଯ୍ୟନ୍ତ ୫ ହଜାର ୪୮୮ ଜଣ ଓମିକ୍ରନ ରେ ସଂକ୍ରମିତ -ରାଜ୍ୟରେ….

ରାଜ୍ୟରେ ଗୋଟିଏ ଦିନରେ ୩୦ଟି ଜିଲ୍ଲାରୁ ଆଉ ୧୦ ହଜାର ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୫ ହଜାର ୮୩୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୨୬ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୮୭୨ ଜଣ ଚିହ୍ନଟ ହୋଇଛନ୍ତି । ଏହି ନୂଆ ସଂକ୍ରମିତଙ୍କୁ

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚଳିତ ମାସ ୧୭ରୁ ୨୧ ତାରିଖ ଯାଏଁ –…

ରାଜ୍ୟରେ ହେବାକୁ ଥିବା ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ଜିଲ୍ଲାରେ ନିର୍ବାଚନ ଅଧିକାରୀମାନେ ବିଜ୍ଞପ୍ତି ଜାରି କରିଛନ୍ତି । ପଂଚାୟତ ଅଫିସରେ ସରପଂଚ ଓ ସମିତି ସଭ୍ୟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଜିଲ୍ଲା ଓ ବ୍ଲକ

ବଢ଼ୁଥିବା କୋଭିଡ୍‍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ

ବଢ଼ୁଥିବା କୋଭିଡ୍‍ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରହିଛି । ଏହିସବୁ ସ୍ଥାନରେ କ୍ଲାସ୍‍ରୁମ୍‍ ପାଠପଢ଼ା ସହ ହଷ୍ଟେଲଗୁଡ଼ିକୁ ମଧ୍ୟ ବନ୍ଦ କରାଯାଇଛି । ତେବେ ସ୍କଲାର୍‍ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କୁ ଗବେଷଣା ତଥା ପ୍ରକଳ୍ପ

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ-ବାଲେଶ୍ୱର, ଗଞ୍ଜାମ ଜିଲ୍ଲାର ସମସ୍ତ…

ଚଳିତମାସ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ । କେବଳ ପାଳିଆ ସେବାୟତ ଏବଂ କର୍ମଚାରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ମିଳିବ । ମନ୍ଦିର ବିଶୋଧନ କାର୍ଯ୍ୟ ପାଇଁ ବନ୍ଦ ରହିଛି । ସେହିପରି ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ଦିରରେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ଇବ୍‍ ନଦୀର କୋପସିଂହା ଓ କୁଡ଼ାବଗାରେ ୪୯୩ କୋଟି ଟଙ୍କା ବ୍ୟୟରେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲ୍ଲାରେ ଇବ୍‍ ନଦୀର କୋପସିଂହା ଓ କୁଡ଼ାବଗାରେ ୪୯୩ କୋଟି ଟଙ୍କା ବ୍ୟୟରେ ଦୁଇଟି ନଦୀବନ୍ଧ ନିର୍ମାଣର ଶୁଭ ଦେଇଛନ୍ତି । ଭର୍ଚୁଆଲ୍‍ ମୋଡ୍‍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଫାଇଭ୍‍-ଟି ସଚିବ

ସମଗ୍ର ରାଜ୍ୟରେ ବୁଷ୍ଟର ଡୋଜ୍‍ ବା ପ୍ରିକସନାରୀ ଡୋଜ୍‍ ଟିକାକରଣ ଆରମ୍ଭ

ସମଗ୍ର ରାଜ୍ୟରେ ରୁ ବୁଷ୍ଟର ଡୋଜ୍‍ ବା ପ୍ରିକସନାରୀ ଡୋଜ୍‍ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ମୁଖଯୋଦ୍ଧା, ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଓ ୬୦ ବର୍ଷରୁ ଊଦ୍ଧ୍ୱର୍ ବହୁବିଧ ରୋଗରେ ପୀଡିତ ନାଗରିକଙ୍କୁ ଏହି ଡୋଜ୍‍ ଦିଆଯାଉଛି । କୋ-ୱିନ୍‍ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‍

ରାଜ୍ୟ ସରକାର କ୍ୟାବିନେଟ୍‍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି

ରାଜ୍ୟ ସରକାର କ୍ୟାବିନେଟ୍‍ରେ ଶ୍ରୀଜଗନ୍ନାଥ ମନ୍ଦିର ଅଧିନିୟମ୧୯୪୫ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଜଗନ୍ନାଥ ମନ୍ଦିରର ସ୍ଥାବର ସମ୍ପତ୍ତିକୁ ବିକ୍ରି, ଲିଜ୍‍ ଓ ବନ୍ଧକ ଆକାରରେ ହସ୍ତାନ୍ତର କରିବାପାଇଁ ଏଣିକି ସରକାରଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ ।

ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି

ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଫୁଲବାଣୀଠାରେ ସର୍ବନିମ୍ନ ତାପମାତ୍ରା ୮ ଦଶମିକ ୬ ଡିଗ୍ରୀ ସେଲ୍‍ସିୟସ୍‍ ରେକର୍ଡ଼ କରାଯାଇଛି । ଏହାସହ ଅନୁଗୁଳ, କଳାହାଣ୍ଡି, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ଅଞ୍ଚଳରେ ଘନକୁହୁଡ଼ି ଅନୁଭୂତ ହୋଇଛି । ଆଞ୍ଚଳିକ